Categories: ଜାତୀୟ

ମସ୍‌ଜିଦ ନ ଯାଇ ଘରେ ଇଦ୍‌ ପାଳିଲେ ନକ୍‌ଭି

ନୂଆଦିଲ୍ଲୀ,୨୫।୫: ସାରା ଦେଶରେ ସୋମବାର ପାଳନ କରାଯାଇଛି ପବିତ୍ର ଇଦ୍‌-ଉଲ୍‌-ଫିତର ପର୍ବ। ଚଳିତ ବର୍ଷ କରୋନା ଭାଇରସ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଚାଲିଥିବାରୁ ଏଥର ଆଉ ମୁସଲମାନ ସମ୍ପ୍ରଦାୟର ଲୋକେ ମସଜଦ ନ ଯାଇ ବରଂ ଘରେ ଇଦ୍‌ ପାଳନ କରିଥିବା ଦେଖାଯାଇଛି। କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ବାସ ନକଭି ମଧ୍ୟ ଏଥର ନିଜ ଘରେ ନମାଜ ପାଠ କରି ଇଦ୍‌ ପର୍ବ ପାଳନ କରିଛନ୍ତି। କୋଟିଏ ପଟେ କରୋନା ସଂକ୍ରମଣକୁ ରୋକିବାକୁ ଲକ୍‌ଡାଉନ ଅନ୍ୟପଟେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯାଇଥିବାରୁ ଏଥର କୌଣସି ମସ୍‌ଜିଦ ଖୋଲିବାକୁ ସରକାର ଅନୁମତି ପ୍ରଦାନ କରି ନ ଥିଲେ। ଫଳରେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଭାଇମାନେ ଘରେ ଇଦ୍‌ ପର୍ବ ପାଳନ କରିଥିବା ଦେଖାଯାଇଛି।

Share