ମହଙ୍ଗା ଗାଡ଼ି କିଣିଲେ ଦୀପିକା, ଦାମ୍‌ ଜାଣିଲେ…

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ମହଙ୍ଗା ଗାଡି କିଣିଛନ୍ତି। ନିକଟରେ ସେ ମୁମ୍ବାଇ ଆରଟିଓରେ ନିଜ ନାଁରେ ଗାଡିର ପଞ୍ଜିକରଣ କରାଇଛନ୍ତି। ଦୀପିକା ଏକ ମର୍ସିଡିଜ-ମାୟାବାକ ଜିଏଲ୍‌ଏସ୍‌୫୦୦ ୪ମେଟିକ ଏସ୍‌ୟୁଭି କିଣିଛନ୍ତି, ଯାହାର ମୂଲ୍ୟ ୨.୮ କୋଟି ଟଙ୍କା। ଏହାପୂର୍ବରୁ ତାଙ୍କ ସ୍ବାମୀ ତଥା ଅଭିନେତା ରଣବୀର ସିଂ ମଧ୍ୟ ତାଙ୍କର ୩୬ତମ ଜନ୍ମଦିନରେ ସମାନ ଗାଡି କିଣିଥିଲେ। ବିଶେଷ କଥା ହେଉଛି ଉଭୟ ଗାଡି ନୀଳ ରଙ୍ଗର ଅଟେ। ଉଭୟ ଦୀପିକା ଏବଂ ରଣବୀର ଗାଡି ପ୍ରିୟ। ବର୍ଷେ ଦୁଇ ବର୍ଷରେ ଥରେ ସେ ନୂଆ ଗାଡି କିଣନ୍ତି।
ମର୍ସିଡିଜ-ମାୟାବାକ ବ୍ୟତୀତ ରଣବୀର ମଧ୍ୟ ଏକ ଲମ୍ବୋର୍ଗିନି ଉରୁସର ମାଲିକ ଅଟନ୍ତି। ତାଙ୍କୁ ଲମ୍ବୋର୍ଗିନି ସହିତ ମୁମ୍ବାଇ ରାସ୍ତାରେ ପ୍ରାୟତଃ ଦେଖାଯାଏ। ଏହା ସହିତ ତାଙ୍କ ଗ୍ୟାରେଜରେ ଆଷ୍ଟନ ମାର୍ଟିନ ରାପିଡ ଏସ, ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ, ଅଡି କ୍ୟୁ୫, ଜାଗୁଆର ଏକ୍ସଜେଏଲ୍‌ ଭଳି ଗାଡି ମଧ୍ୟ ଅଛି।

Share