ମହଙ୍ଗା ପଡ଼ିଲା ଏସ୍‌ଟିଏଫ୍‌ ନୋଟିସ୍‌ : ମେରିଟୋରିୟସ ପଦକ ହରାଇଲେ ଆଇଆଇସି

ଖୋର୍ଦ୍ଧା ଅଫିସ,୧୫।୮: ସ୍ବାଧୀନତା ଦିବସ ଅବସରରେ ଭୁବନେଶ୍ୱର ସୂଚନା ଭବନଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୋଲିସ ପଦକ ଦେବାକୁ ଥିତ୍ବାବେଳେ ୩୮ଜଣଙ୍କୁ ପ୍ରଧାନ କରାଯାଇଥିବା ଜଣାପଡ଼ିଛି। ବାଦ୍‌ ପଡ଼ିଥିବା ପୋଲିସ ଅଧିକାରୀ ହେଲେ ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ କୁମାର ଜେନା। ଏସ୍‌ଟିଏଫ୍‌ ନୋଟିସ୍‌ ଯୋଗୁ ବିକ୍ରମଙ୍କୁ ପୋଲିସ ପଦକ ହରାଇବାକୁ ପଡ଼ିଲା ବୋଲି କୁହାଯାଉଛି। ବିକ୍ରମ ମେରିଟୋରିୟସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ସେ ପୂର୍ବରୁ ଥରେ ସଦର ଥାନା ଆଇଆଇସି ଥିବାବେଳେ ଏବେ ପୁଣି କାର୍ଯ୍ୟରତ ଅଛନ୍ତି । ଏଭଳିସ୍ଥଳେ ସଦର ଥାନା ଅଞ୍ଚଳରେ ବେଆଇନ ପଥର ଖଣି ଖନନ ଓ ଚୋରା ଚାଲାଣ ହେଉଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ନ ଥିଲା ବୋଲି ଅଭିଯୋଗ ରହିଥିଲା।