Categories: ଜାତୀୟ

ମହଙ୍ଗା ପଡ଼ିଲା କଂଗ୍ରେସ ନେତାଙ୍କୁ ପିଆଜ ବିକିବା: ଆଙ୍ଗୁଠି କାମୁଡ଼ିଲେ ଯୁବକ

ନୈନିତାଲ,୭।୧୨: ଶସ୍ତାରେ ପିଆଜ ବିକ୍ରି କରିବା କଂଗ୍ରେସ ନେତାଙ୍କୁ ପଡ଼ିଲା ମହଙ୍ଗା। ପିଆଜ ଷ୍ଟଲରେ ପହଞ୍ଚି ଜଣେ ଯୁବକ ତାଙ୍କ ହାତର ଆଙ୍ଗୁଳିକୁ ଦାନ୍ତରେ କାମୁଡି ପକାଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ହଲଦ୍ୱାନିରେ। ସୂଚନାଯୋଗ୍ୟ, କଂଗ୍ରେସ ନେତା ନନ୍ଦନ ମେହେରା ପିଆଜର ଏକ ଷ୍ଟଲ ଖୋଲି ଲୋକଙ୍କୁ ଶସ୍ତାରେ ବିକ୍ରି କରୁଥିଲେ। ସେହି ସମୟରେ ମନୀଷ ବିଷ୍ଟ ନାମକ ଜଣେ ଯୁବକ ଷ୍ଟଲ ପାଖରେ ପହଞ୍ଚି ମୋଦି ବିରୋଧୀ ସ୍ଲୋଗାନ ଦେବା ସହ କଂଗ୍ରେସ ନେତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ସେ ଷ୍ଟଲ ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅଟକାଇବାରୁ ସେ କଂଗ୍ରେସ ନେତା ନନ୍ଦନଙ୍କ ଆଙ୍ଗୁଳିକୁ ଦାନ୍ତରେ କାମୁଡି ପକାଇଥିଲେ। ତେବେ ଅନ୍ୟ କଂଗ୍ରେସ ନେତା ତାଙ୍କୁ କାବୁ କରିନେଇ ମାଡ଼ ମାରିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ।

Share