ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ଏଏସ୍‌ଆଇ ନିଲମ୍ବିତ, ୨ ଥାନା ଅଧିକାରୀଙ୍କୁ ବଦଳି

ନୟାଗଡ଼ ଅଫିସ,୨ା୧୦: କର୍ତ୍ତବ୍ୟରେ ଅବହେଳା କରିବା ୨ ଥାନା ଅଧିକାରୀ ଓ ଜଣେ ଏଏସ୍‌ଆଇଙ୍କୁ ମହଙ୍ଗା ପଡ଼ିଛି। ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଓଡଗାଁ ଓ ଚାନ୍ଦପୁର ଥାନା ଅଧିକାରୀଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଥିବାବେଳେ ଓଡଗାଁ ଥାନା ଏଏସ୍‌ଆଇଙ୍କୁ ନିଲମ୍ବିତ କରିଛନ୍ତି। ଏକ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଓ ତଦନ୍ତରେ ବିଳମ୍ବ ହୋଇଥିବାରୁ ଓଡଗାଁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା, ଚାନ୍ଦପୁର ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଓ ଓଡ଼ଗାଁ ଥାନା ଏଏସ୍‌ଆଇ ଶରତ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଏସ୍‌ପି ଶତପଥୀ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅଧୀନ ଏକ ଗ୍ରାମରେ ଜୁନ୍‌ ମାସରେ କିଛି ଲୋକ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଉପରେ ଆକ୍ରମଣ କରିଥିଲେ। ୩ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଭଭୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ଚାନ୍ଦପୁର ଥାନା ଅଧିକାରୀ ପଟ୍ଟନାୟକ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।

Share