ମହଙ୍ଗା ପଡ଼ିଲା ଭାରତ ସହିତ ପାକିସ୍ତାନର ଶତ୍ରୁତା: ଟମାଟୋ କିଲୋ ୩ଶହ

ଇସ୍‌ଲାମାବାଦ,୧୦।୮: ଜମ୍ମୁ-କଶ୍ମୀରରେ ମୋଦି ସରକାରଙ୍କ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାପରେ ପାକିସ୍ତାନ ଭାରତରୁ ସବୁ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା ଚଳାଇଛି। ଭାରତରୁ କୁଟନୈତିକ ସମ୍ପର୍କ ବିଚ୍ଛିନ୍ନ କରିବା ପାକିସ୍ତାନକୁ ଏବେ ମହଙ୍ଗା ପଡ଼ିଛି। ଭାରତରୁ ରତ୍ପାନୀ ହେଉଥିବା ଜିନିଷକୁ ବନ୍ଦ କରିଦିଆଯିବା ପରେ ସେଠାରେ ଏବେ ଟମାଟୋ ମୂଲ୍ୟ କିଲୋଗ୍ରାମ୍‌ ପ୍ରତି ୩ଶହ ଟଙ୍କା ହୋଇଥିବା ସୂଚନା ମିଳିଛି। ଟମାଟୋ ମୂଲ୍ୟ ହଠାତ୍‌ ବଢ଼ିଯିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଦରଦାମ୍‌ ବୃଦ୍ଧି ଯୋଗୁ ହିନସ୍ତା ହେଉଥିବା ପାକିସ୍ତାନବାସୀଙ୍କ ପାଇଁ ଟମାଟୋ ଦାମ୍‌ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଭାରତ ସହ ପାକିସ୍ତାନ ବ୍ୟବସାୟ ସମ୍ପର୍କ ଛିନ୍ନ କରିବା ପରେ ଏହାର ସିଧାସଳଖ ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି।

Share