ପାଟନା,୩।୯: କିଛିଦିନ ତଳେ ବିହାରର ସୀତାମଢି ଜେଲ୍ରେ ଜଣେ ଅପରାଧୀଙ୍କ ଜନ୍ମଦିନ ପାଳିବା ଏବେ ଜେଲର୍ଙ୍କ ପାଇଁ ମହଙ୍ଗା ପଡିଛି। ଅପରାଧୀ ଜଣଙ୍କ ଜନ୍ମଦିନ ପାଳିବା, କେକ୍ କାଟିବା ଓ ଜେଲ୍ରେ ଥିବା ଅନ୍ୟକଏଦୀଙ୍କୁ ଭୋଜିରେ ଆପ୍ୟାୟିତ କରିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ଦେଖିବା ପରେ ତୁରନ୍ତ ଜେଲ୍ର ୭ ଜଣ ଗାର୍ଡଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ଜେଲର୍ ମିଥଲେଶ କୁମାର ମିଶ୍ରଙ୍କୁ ମଧ୍ୟ ଏହି ମାମଲାରେ ନିଲମ୍ବିତ କରାଯାଇଛି। ଏହି ମାମଲାରେ ନିଜେ ଆଇଜି ହସ୍ତକ୍ଷେପ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ପିଣ୍ଟୁ ତିଓ୍ବାରି ନାମକ ଜଣେ ଅପରାଧୀ ହତ୍ୟା ମାମଲାରେ ଜେଲ୍ରେ ଥିବା ବେଳେ ଜେଲ୍ ପକ୍ଷରୁ ତାଙ୍କର ଜନ୍ମଦିନର ଆୟୋଜନ କରାଯାଇଥିଲା।