Categories: ଜାତୀୟ

ମହଙ୍ଗା ପଡିଲା ମନ୍ତବ୍ୟ: ସିଦ୍ଧୁଙ୍କ ବିରୋଧରେ ବାହାରିଲେ ୬ ମନ୍ତ୍ରୀ

ଜଳନ୍ଧର, ୨୨।୫:  ଭାଜପା ଛାଡି କଂଗ୍ରେସ ଯୋଗଦେବା ପରେ ବି ନବଜୋତ ସିଂହ ସିଦ୍ଧୁଙ୍କ ପିଛା ଛାଡୁନି ବିବାଦ। ଏହି ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ  ମନ୍ତ୍ରୀ ଥିବା ସିଦ୍ଧୁଙ୍କ ଅଡୁଆ ପୁଣି ବଢିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ବିବାଦ ହେବା ପରେ ସିଦ୍ଧୁଙ୍କ ବିରୋଧରେ ବାହାରିଛନ୍ତି ୬ ମନ୍ତ୍ରୀ। ସେମାନେ ସିଦ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନରେ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌରଙ୍କୁ ଟିକେଟ ନ ମିଳିବାରୁ ସେ କଂଗ୍ରେସ ବିରୋଧରେ ଖୋଲାଖୋଲି ଅଭିଯୋଗ କରିଥିଲେ। ଏହାକୁ ସମର୍ଥନ ଦେଇଥିଲେ ସିଦ୍ଧୁ। ଏହାପରଠାରୁ ଅମରିନ୍ଦର ଏବଂ ସିଦ୍ଧୁଙ୍କ ଭିତରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସିଦ୍ଧୁ ଜଣେ ମହତ୍ତ୍ୱାକାଂକ୍ଷୀ ମଣିଷ। ମୁଖ୍ୟମନ୍ତ୍ରୀ ପଦ ହାସଲ ପାଇଁ ସେ ମୋତେ ଗାଦିରୁ ହଟାଇବାକୁ ଚାହୁଁଛନ୍ତି ବୋଲି ଅମରିନ୍ଦର ସିଂହ ଅଭିଯୋଗ କରିଛନ୍ତି।

Share