ମହଙ୍ଗା ପଡିଲା ଲୁଣ କଳାବଜାରି: ଲକ୍ଷେ ଟଙ୍କା ଜରିମାନା

ପାଟଣାଗଡ,୧୮।୫(ଡି.ଏନ.ଏ.)-ଲୁଣ କଳା ବଜାରି କରିବା ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ରାମଜୀ ଛକସ୍ଥିତ ଲକ୍ଷ୍ମୀ ଟ୍ରେଡର୍ସ ଉପରେ ସୋମବାର ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ୧୨୦ ପ୍ୟାକେଟ ଲୁଣ ବସ୍ତା ଜବତ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ପାଟଣାଗଡ ତହସିଲଦାର ଡ. ପୁଷ୍ପାଞ୍ଜଳୀ ପଣ୍ଡା ଚଢାଉ କରି ଲକ୍ଷ୍ମୀ ଟ୍ରେଡର୍ସ ନାମରେ ୧ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ସେହିପରି ରାମପୁରସ୍ଥିତ ଗୋବିନ୍ଦ ଜୈନଙ୍କ ଗୋଦାମରେ ଚଢାଉ କରାଯାଇଥିବା ଜଣାଯାଇଛି।