Categories: ଜାତୀୟ

ମହଙ୍ଗା ପଡିଲା ସିଏଏ ବିରୋଧୀ ନାଟକ ପ୍ରଦର୍ଶନ

ବିଦାର,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଏବେବି ବିରୋଧ ପ୍ରଦର୍ଶନ ଜାରି ରହିଛି। ହେଲେ ଏହାକୁ ନେଇ କର୍ନାଟକର ଏକ ସ୍କୁଲ ଏବେ ଅଡୁଆରେ ପଡିଯାଉଛି। ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ସ୍କୁଲରେ ନାଟକ ପ୍ରଦର୍ଶନ କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ବିଦାର ଜିଲା ପୋଲିସ ପହଞ୍ଚି ସ୍କୁଲକୁ ସିଲ୍‌ କରିବା ସହ ସ୍କୁଲ କର୍ତ୍ତୁପକ୍ଷଙ୍କ ନାଁରେ ମାମଲା ରୁଜୁ କରିଛି।

Share