Categories: ଜାତୀୟ

ମହଙ୍ଗା ପଡିଲା ହାତରେ ମଦ ବୋତଲ ଧରି ଫଟୋ ଉଠାଇବା

ଭୋପାଳ,୧୯।୪: ମଧ୍ୟପ୍ରଦେଶ ରାଇସେନ ଜିଲାର ୩ ରାଜସ୍ବ ଅଧିକାରୀଙ୍କୁ ମହଙ୍ଗା ପଡିଛି ହାତରେ ମଦ ବୋତଲ ଧରି ଫଟୋ ଉଠାଇବା। ଏମାନଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବରେଲି ସବ ଡିଭିଜନାଲ ମାଜିଷ୍ଟ୍ରେଟ ୩ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ଚାଲିଥିବା ବେଳେ ରାଜସ୍ବ ଅଧିକାରୀଙ୍କ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Share