Categories: ଜାତୀୟ

ମହଙ୍ଗା ପିଆଜ ଯୋଗୁ ଅତୀତରେ ୨ ସରକାରଙ୍କ ପତନ ଘଟିଛି: ଏବେ କେଜ୍ରିଓ୍ବାଲ ସରକାରଙ୍କ ଉପରେ ଖଣ୍ଡା

ନୂଆଦିଲ୍ଲୀ,୨୫।୯: ଦେଶରେ ପିଆଜ ଦାମ୍‌ ଏବେ ବଢ଼ିଚାଲିଛି। ଅତୀତରେ ମହଙ୍ଗା ପିଆଜ ଯୋଗୁ ଦିଲ୍ଲୀର ୨ ସରକାରଙ୍କ ପତନ ଘଟିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ବିଭିନ୍ନ ସ୍ଥାନରେ ୨୨ ଟଙ୍କାରେ ପିଆଜ ଯୋଗାଇବା ଜାରି ରଖିଛନ୍ତି। ୧୯୯୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସୁଷମା ସ୍ବରାଜଙ୍କ ସମୟରେ ପିଆଜ ଦର ବଢ଼ିଥିଲା। ଏହାକୁ ରୋକିବାରେ ସେତେବେଳେର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ଅସମର୍ଥ ହୋଇଥିଲେ। ଏହାର ଠିକ୍‌ ପରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଦିଲ୍ଲୀର ଡୋର ଧରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶୀଲା ଦୀକ୍ଷୀତ ଦାୟିତ୍ୱ ସମ୍ଭାଳିଥିଲେ। ୧୫ ବର୍ଷ ପରେ ୨୦୧୩ରେ ପୁଣିଥରେ ପିଆଜ ମହଙ୍ଗା ହୋଇଥିଲା। ଏହାଯୋଗୁ ଶୀଲା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏବେ ୬ ବର୍ଷ ପରେ ପିଆଜ ଦର ଆକାଶ ଛୁଇଁଛି। ତେଣୁ କେଜ୍ରିଓ୍ବାଲ ସରକାରଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଥିବା ଚର୍ଚ୍ଚା ହେଉଛି।

Share