Categories: ବାଣିଜ୍ୟ

ମହଙ୍ଗା ହୋଇପାରେ ଜେନେରାଲ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ,୩-୧: ଜେନେରାଲ ଇନସ୍ୟୁରାନ୍ସ ବା ସାଧାରଣ ବିମା ନେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ମହଙ୍ଗା ହୋଇପାରେ। ୨୦୨୦ରେ ଜେନେରାଲ ଇନସ୍ୟୁରାନ୍ସ ପ୍ରିମିୟମ ୧୦ରୁ ୧୫% ମହଙ୍ଗା ହେବ ବୋଲି କୁହାଯାଉଛି। ଏହା ହେଲେ ଗ୍ରାହକଙ୍କୁ କାର୍‌, ସମ୍ପତ୍ତି, କାଜୁଆଲିଟି ବୀମା ନେବା କ୍ଷେତ୍ରରେ ଅଧିକ ପ୍ରିମିୟମ ଦେବାକୁ ପଡିବ। ରି-ଇନସ୍ୟୁରାନ୍ସ ପ୍ରିମିୟମ ବଢିବା ଯୋଗୁ କମ୍ପାନୀଗୁଡିକ ପ୍ରମିୟମ ବଢାଇବେ ବୋଲି କୁହାଯାଉଛି। ରି-ଇନସ୍ୟୁରାନ୍ସର ପୁନଃନବୀକରଣ ୧ ଜାନୁୟାରୀଠାରୁ ହୋଇଥାଏ। ରି-ଇନସ୍ୟୁରାନ୍ସ କମ୍ପାନୀଗୁଡିକ ପ୍ରିମିୟମ ଦର ବଢାଇଛନ୍ତି। ବୀମା ଦାବିରେ ଲଗାତର ହେଉଥିବା ବୃଦ୍ଧିକୁ ଧ୍ୟାନରେ ରଖି ରି-ଇନସ୍ୟୁରାନ୍ସ କମ୍ପାନୀଗୁଡିକ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି।

Share