ମହମ୍ମଦ୍‌ ବିନ୍‌ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା: ମମତା ବାନାର୍ଜୀ

କୋଲକତା,୨୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ୍‌। ମୋଦି ମହମ୍ମଦ୍‌ ବିନ୍‌ ତୋଗଲକଙ୍କ ଭଳି ମୋଦି ଜଣେ ଭୟଙ୍କର ନେତା। ତୋଗଲକଙ୍କ ଭଳି ନିଜ ଇଛା ଅନୁସାରେ କାମ କରୁଛନ୍ତି। ବିମୁଦ୍ରୀକରଣଠାରୁ ଆରମ୍ଭ କରି ଜିଏସ୍‌ଟି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମୋଦି ନିଜ ଇଛା ଅନୁୁସାରେ ସ୍ବେଛାଚାରୀ ଭାବେ କରିଛନ୍ତି। ଏଭଳି ଜଣେ ନେତା ଦେଶର ଭବିଷ୍ୟତ ପାଇଁ ଅନୁକୂଳ ନୁହଁନ୍ତି। ତେଣୁ ତାଙ୍କୁ ଭୋଟ ନ ଦେବାକୁ ମମତା ଭୋଟରଙ୍କୁ ଅନୁରୋଧ କରିଛନ୍ତି। ପୂର୍ବ ମେଦିନାପୁର ଜିଲାରେ ଏକ ନିର୍ବାଚନୀ ସଭାରେ ମମତା ଏଭଳି କହିଛନ୍ତି। ଆଛେ ଦିନ୍‌ର ପ୍ରତିଶ୍ରୁତି ଦେଇଥିବା ମୋଦିଙ୍କ ଶାସନ କାଳରେ୧୨ ହଜାର ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମମତା । ଗତ ୫ ବର୍ଷରେ ମୋଦି କେବଳ ବିଦେଶ ବୁଲିଛନ୍ତି। ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି।

Share