ମହାକାଳପଡ଼ାରେ ଅଗ୍ନିକାଣ୍ଡ ଘଟଣା: ଅଗ୍ନିବିପନ୍ନଙ୍କୁ ଭେଟିଲେ ବିଭିନ୍ନ ରାଜନୈତିକ ଦଳ, ରେଡ୍‌କ୍ରସ୍‌ ପକ୍ଷରୁ ସହାୟତା

ମହାକାଳପଡ଼ା, ୩୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ବ୍ଲକ ଅଧୀନ ଜାଲକଣା ଗ୍ରାମରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟି ୩୩ ପରିବାରର ୬୦ରୁ ଊର୍ଦ୍ଧ୍ୱ ବଖରା ପୋଡ଼ି ପାଉଁଶ ହୋଇଯାଇଛନ୍ତି। ଏହି ଘଟଣାରେ ୨ ଶିଶୁଙ୍କୁ ଗୁରୁତର ଅବସ୍ଥରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସକାଳେ ସେମାନେ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଖବର ପାଇଁ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅଗ୍ନିବିପନ୍ନ ପରିବାରକୁ ଭେଟିବା ସହ ସମବେଦନା ଜଣାଇ ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। ସେହିପରି ଇଣ୍ଡିଆନ୍‌ ରେଡ୍‌କ୍ରସ୍‌ ଓଡ଼ିଶା ଶାଖା ପକ୍ଷରୁ ସେକ୍ରେଟେରୀ ମେଜର କଳ୍ପନା ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ପଲିଥିନ୍‌ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ଏବେ ବି ଅନେକ ବିପନ୍ନ ଗଛମୂଳେ ଆଶ୍ରୟ ନେଇଛନ୍ତି।