Categories: ଖେଳ

ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କଲେ କୋଚ ରବି ଶାସ୍ତ୍ରୀ

ଉଜୈନ,୧୮।୧୧: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ୩ ଦିନ ମଧ୍ୟରେ ହାତେଇବା ପରେ ଏବେ କୋଲକତାରେ ଖେଳାଯିବାକୁ ଥିବା ଐତିହାସିକ ଦିବାରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାପୂର୍ବରୁ କୋଚ ରବି ଶାସ୍ତ୍ରୀ ଏବଂ ସପୋର୍ଟ ଷ୍ଟାଫ୍‌ ଉଜୈନର ମହାକାଳେଶ୍ୱର ମନ୍ଦିର ଦର୍ଶନରେ ଯାଇଛନ୍ତି। ସେଠାରେ ପୂଜା ଏବଂ ଯଜ୍ଞ କରିବା ସହ ଭଗବାନ ଶିବଙ୍କ ଆଶୀର୍ବାଦ ନେଇଥିଲେ। ରବି ଶାସ୍ତ୍ରୀଙ୍କ ସହ ବୋଲିଂ କୋଚ ଭବତ ଅରୁଣ, ଫିଲ୍ଡିଂ କୋଚ ଆର ଶ୍ରୀଧର, ଫିଜିଓ ନୀତିନ ପଟେଲ ମଧ୍ୟରେ ମନ୍ଦିର ଯାଇଥିଲେ। ସମସ୍ତେ ମନ୍ଦିର ପୂଜାରୀଙ୍କ ସହ ମିଶି ମନ୍ତ୍ରପାଠ କରିଥିଲେ। ରବି ଶାସ୍ତ୍ରୀ ମନ୍ଦିର ଭିତରର ଏକ ଫଟୋ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଭାରତର ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ମ୍ୟାଚ ପାଇଁ କାଉଣ୍ଟଡାଉନ ରବିବାରଠାରୁ ଆରମ୍ଭ ହୋଇଛି। ହର୍ଷ ଉଲ୍ଲାସର ସହରକୁ ଗୋଲାପୀ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବହୁ ପ୍ରତିକ୍ଷୀତ ଇଭେଣ୍ଟର ଅଫିସିଆଲ ମାସ୍କଟ ‘ପିଙ୍କୁ ଟିଙ୍କୁ’ର ଉନ୍ମୋଚନ କରିଛନ୍ତି।

Share