Categories: ଜାତୀୟ

ମହାକାଳ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୩ଶହ କୋଟି

ଉଜ୍ଜୟିନୀ,୧୮।୮: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଭକ୍ତଙ୍କର ସୁବିଧା ଓ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କମଳନାଥ ସରକାର ପ୍ରାୟ ୩ଶହ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡିଛି। ଅନ୍ୟପଟେ ମନ୍ଦିର ଟ୍ରଷ୍ଟକୁ ମଜଭୁତ କରିବାକୁ ସରକାର ଏହାର ନୀତିରେ କିଛିଟା ପରିବର୍ତ୍ତନ କରିବେ ବୋଲି କୁହାଯାଉଛି। ଶନିବାର ଏକ ବୈଠକରେ ମୁଖ୍ୟମନ୍ତ୍ରୀ କମଳ ନାଥ ଏହି ଘୋଷଣା କରିଛନ୍ତି। ଏଥିପାଇଁ ଏକ ୩ ଜଣିଆ ସଦସ୍ୟ ଥିବା ଟିମ୍‌ ଗଠନ କରାଯାଇଛି। ପ୍ରାୟ ୫ଟି ପର୍ଯ୍ୟାୟରେ ମନ୍ଦିର ସୌନ୍ଦର୍ଯ୍ୟକରଣ କାମ କରାଯିବ ବୋଲି ସୂଚନା ମିଳିଛି।

Share