Categories: ଫୁରସତ

ମହାକାଶଚାରୀଙ୍କୁ ସୁସ୍ଥ ରଖିବ ରେଡ୍‌ ଓ୍ବାଇନ୍‌

ନ୍ୟୁୟର୍କ: ଭବିଷ୍ୟତରେ ପୃଥିବୀରୁ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶଚାରୀମାନେ ଯିବେ ସେମାନଙ୍କୁ ରେଡ୍‌ ଓ୍ବାଇନ୍‌ ସୁସ୍ଥ ରଖିବ ବୋଲି ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ଅଭାବରୁ ଅସ୍ଥି ଓ ମାଂସପେଶୀ ଦୁର୍ବଳ ହୋଇଯାଏ। ପ୍ରଥମେ କାଫ୍‌ ମାଂସପେଶୀ ଭଳି ଶରୀରର ଓଜନ ସମ୍ଭାଳୁଥିବା ଅନ୍ୟ ମାଂସପେଶୀଗୁଡିକ ନଷ୍ଟ ହେବାକୁ ଲାଗେ। ତିନି ସପ୍ତାହ ପରେ ଏହି ମାଂସପେଶୀ ତିନି ଭାଗରୁ ଏକ ଭାଗ ସଙ୍କୁଚିତ ହୋଇଯାଏ। ଏହାପରେ ମାଂସପେଶୀର ତନ୍ତୁ ଧୀରେ ଧୀରେ ଦୁର୍ବଳ ହୋଇଯାଏ। ମଙ୍ଗଳର ମାଧ୍ୟାକର୍ଷଣ ଶକ୍ତି (ପୃଥିବୀର ମାଧ୍ୟାକର୍ଷଣ ଶକ୍ତିର ମାତ୍ର ୪୦ ଭାଗ) ରେ ମାଂସପେଶୀ ଅଧିକ କ୍ଷତି ହେବାର ଆଶଙ୍କା ରହିଥିବାରୁ ଏହାକୁ ସୁରକ୍ଷା ଦେବାକୁ ଗବେଷଣା କରାଯାଇଥିଲା। ଗବେଷକମାନେ ୨୪ଟି ଅଣ୍ଡିରା ମୂଷାକୁ ଯନ୍ତାର ସିଲିଂରୁ ଝୁଲାଇ ପୃଥିବୀର ମଙ୍ଗଳର ମାଧ୍ୟାକର୍ଷଣ ଶକ୍ତି ରହିଥିବା ଭଳି ଏକ ପରିବେଶରେ ରଖିଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧାଙ୍କୁ ଦିନକୁ ଓଜନ ଅନୁଯାୟୀ ଖାଦ୍ୟ ସହିତ ପାଣିରେ ଅଙ୍ଗୁର ଚୋପା ଓ ବ୍ଲୁବେରିରେ ଥିବା ତତ୍ତ୍ୱ (ଯାହା ରେଡ୍‌ ଓ୍ବାଇନରେ ରହିଛି) ୧୫୦ ମିଲିଗ୍ରାମ ଦିଆଯାଇଥିଲା । ଆଉ ଅଧା ମୂଷାଙ୍କୁ କେବଳ ଖାଦ୍ୟ ଓ ପାଣି ଦିଆଯାଇଥଲା। ଏହି ମୂଷାଙ୍କ ତୁଳନାରେ ରେଡ୍‌ଓ୍ବାଇନ ତତ୍ତ୍ୱ ଗ୍ରହଣ କରୁଥିବା ମୂଷାଙ୍କ ମାiଂସପେଶୀ ଖୁବ୍‌ ମଜଭୁତ ରହିଥିବା ଗବେଷକମାନେ ଜାଣିବା ପରେ ରେଡ୍‌ ଓ୍ବାଇନ ମହାକାଶଚାରୀଙ୍କ ମାଂସପେଶୀ ମଜଭୁତ ରଖିବ ବୋଲି ନିଶ୍ଚିତ ହୋଇଛନ୍ତି।

Share