ମହାକାଶରେ ୨ ଘଣ୍ଟାରେ ତିଆରି ହେଲା କୁକିଜ୍‌-ଚକୋଲେଟ୍‌-ଚିପ୍ସ୍‌

ହଷ୍ଟନ,୨୫।୧:

ମହାକାଶଚାରୀମାନେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଦୀର୍ଘ ୨ ଘଣ୍ଟା ପରିଶ୍ରମ କରି କୁକିଜ୍‌,ଚକୋଲେଟ୍‌ ଓ ଚିପ୍ସ୍‌ ପ୍ରସ୍ତୁତ କରିଛନ୍ତି। ଖାଦ୍ୟ ତିଆରି କରିବା ଲାଗି ମହାକାଶଚାରୀଙ୍କ ନିକଟକୁ ଗତ ସେପ୍ଟେମ୍ବରରେ ସ୍ବତନ୍ତ୍ର ଧରଣର ଓଭାନ ମହାକାଶ ଯାନ ସହାୟତାରେ ପଠାଯାଇଥିଲା। ଇଟାଲୀର ମହାକାଶଚାରୀ ଲୁସା ପରମିତାନୋ ଅନ୍ୟମାନଙ୍କ ସହାୟତାରେ ଏହା କରିପାରିଛନ୍ତି। ହିଲଟନ୍‌ ହୋଟେଲ ଦ୍ୱାରା ପଠାଯାଇଥିବା ବିଭିନ୍ନ ଖାଦ୍ୟ ସହାୟତାରେ ମହାକାଶଚାରୀମାନେ ୫ଟି କୁକିଜ୍‌ ପ୍ରସ୍ତୁତ କରିଛନ୍ତି। ତେବେ ଏହାକୁ ଏପର୍ଯ୍ୟନ୍ତ କେହି ଖାଇ ନାହାଁନ୍ତି। ତେଣୁ ଏହାର ସ୍ବାଦ ନେଇ କୌଣସି ସୂଚନା ମିଳିପାରି ନାହିଁ। ମହାକାଶଚାରୀମାନେ ଏହି କୁକିଜ୍‌କୁ ପୃଥିବୀକୁ ପଠାଇ ଦେଇଛନ୍ତିି। ଏହା ହଷ୍ଟନର ମହାକାଶ ଗବେଷଣା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖାଯାଇଛି। ଏହାକୁ ସ୍ପେସ୍‌ଏକ୍ସ୍‌ କ୍ୟାପସୁଲରେ ସୁରକ୍ଷିତ ଭାବେ ରଖାଯାଇଛି।

Share