Categories: ଫୁରସତ

ମହାକାଶ ମନ୍ଥନ

‘ଅଗ୍ନି-୨’ର ସଫଳ ଉତ୍‌କ୍ଷେପଣ : ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର ‘ଅଗ୍ନି-୨’ର ସଫଳ ପରୀକ୍ଷଣ ବାଲେଶ୍ୱର ଚାନ୍ଦିପୁର ଆଇଟିଆର ଏବଂ ଭଦ୍ରକ ଜିଲାସ୍ଥିତ ଅବଦୁଲ୍‌ କଲାମ ଦ୍ୱୀପରେ କରାଯାଇଛି।
ଉତ୍‌କ୍ଷେପିତ ହେଲା ଜିସାଟ୍‌-୩୧ : ଆମ ଦେଶରେ ଏଟିଏମ୍‌ ନେଟଓ୍ବର୍କ ଏବଂ ଡିଟିଏଚ୍‌ ସେବାକୁ ଅଧିକ ସମୃଦ୍ଧ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ଜିସାଟ୍‌-୩୧’କୁ ମହାକାଶରୁ ଉତ୍‌କ୍ଷେପଣ କରାଯାଇଛି। ଏହି ଉପଗ୍ରହ ୧୫ ବର୍ଷ ପର୍ଯ୍ୟନ୍ତ ମହାକାଶରେ ରହିବ। ‘ଜିସାଟ୍‌-୩୧’ହେଉଛି ଭାରତର ୪୦ତମ ଉପଗ୍ରହ।
‘ଅଗ୍ନି-୩’ର ସଫଳ ପରୀକ୍ଷଣ : ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆର୍‌ଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ୧୭ ମିଟର ଲମ୍ବବିଶିଷ୍ଟ କ୍ଷେପଣାସ୍ତ୍ର ‘ଅଗ୍ନି-୩’ର ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ପ୍ରାୟ ଦେଢ଼ ଟନ୍‌ ଆଣବିକ ଯୁଦ୍ଧାସ୍ତ୍ର ବହନ କରି ୩୫୦୦-୫୦୦୦ କିମି ଦୂରରେ ଯେକୌଣସି ଲକ୍ଷ୍ୟକୁ ଭେଦ କରିପାରିବ।

Share