Categories: ଜାତୀୟ

ମହାତ୍ମା ଅବା ନେହେରୁଙ୍କ ବିରୋଧରେ କହିନି ଗୋଟିଏ ବି ଶବ୍ଦ: ଅନନ୍ତ ହେଗଡ଼େ

ନୂଆଦିଲ୍ଲୀ,୪।୨: ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଏମ୍‌ପି ଅନନ୍ତ ହେଗଡ଼େଙ୍କୁ ନେଇ ଭାଜପାକୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ମଙ୍ଗଳବାର ଏନେଇ ଅନନ୍ତ ମୁହଁ ଖୋଲଛନ୍ତି। ସେ କହିଛନ୍ତି ଯେ, ମହାତ୍ମା ଅବା ଜବାହରଲାଲ୍‌ ନେହେରୁଙ୍କ ବିରୋଧରେ ସେ ଗୋଟିଏ ବି ଶବ୍ଦ କହି ନାହାଁନ୍ତି। ଅଭିଯୋଗ କରୁଥିବା ଲୋକେ ତାଙ୍କର ଭାଷଣର ଭିଡ଼ିଓ ମଧ୍ୟ ଦେଖି ପାରନ୍ତି ବୋଲି ଅନନ୍ତ କହିଛନ୍ତି। ଏହି ଭିଡ଼ିଓ ଅନ୍‌ଲାଇନ୍‌ରେ ତାଙ୍କ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ସେ ସୂଚନା ଦେଇଛନ୍ତି। କେବଳ ସ୍ବତନ୍ତ୍ରତା ଆନ୍ଦୋଳନ ଉପରେ ସେ ମନ୍ତବ୍ୟ ଦେଇଥିବା କହିଛନ୍ତି। ତାଙ୍କ କଥାର ଅର୍ଥକୁ ଅନର୍ଥ କରି ସର୍ବ ସାଧାରଣରେ ପ୍ରକାଶ କରଯାଇଥିବା ସେ କହିଛନ୍ତି।

Share