Categories: ଜାତୀୟ

ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି: ମାମଲା ରୁଜୁ

ଭୋପାଳ,୪।୧୦: ଗତ ଅକ୍ଟୋବର ୨ରେ ସାରା ଦେଶରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଥିବା ବେଳେ ମଧ୍ୟପ୍ରଦେଶର ରିଓ୍ବା ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବାପୁ ଭବନରେ ରଖାଯାଇଥିବା ମହାତ୍ମା ଗାନ୍ଧୀଙ୍କ ଅସ୍ଥି ଚୋରି ହେବା ସହ ତାଙ୍କ ଫଟୋରେ କେହି ଜଣେ ଦୁର୍ବୃତ୍ତ ରାଷ୍ଟ୍ରଦ୍ରୋହୀ ଲେଖିଥିବା ଜଣାପଡିଛି। ରଓ୍ବା ଜିଲା କଂଗ୍ରେସ ଅଧ୍ୟକ୍ଷ ଗୁରମିତ ସିଂ ପୋଲିସରେ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ ଅନୁଧ୍ୟାନ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ,ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ଅସ୍ଥିକୁ କୌଣସି ନଦୀରେ ବିସର୍ଜନ ନ କରାଯାଇ ଦେଶର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସଂଗ୍ରାହାଳୟରେ ସାଇତି ରଖାଯାଇଥିଲା।

Share