ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ,୧୧।୧୦:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନର୍ଥେ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଛି ବ୍ରିଟେନ। ବ୍ରିଟିଶ୍‌ ଏସିଆନ ସକସେକ୍ସ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ବ୍ରିଟେନର ଅର୍ଥମନ୍ତ୍ରୀ ସାଜିଦ ଜାବିଦ ଏହି ସୂଚନା ଦେଇଛନ୍ତି। ୧୯୩୧ରେ ଗୋଲମେଜ ସମ୍ମିଳନୀ ପାଇଁ ମହାତ୍ମା ଗାନ୍ଧୀଙ୍କ ଯାତ୍ରାକୁ ତାଜା କରିବା ପାଇଁ ଏହି ମୁଦ୍ରା ଜାରି କରାଯିବ ବୋଲି ସେ କହିଛନ୍ତି।

Share