Advertisement

ମହାଦେଇଯୋଡ଼ା ରାଣୀ ଜମି ହଡ଼ପ ଉଦ୍ୟମ: ଜବରଦଖଲ ଉଚ୍ଛେଦ କଲେ ଗ୍ରାମବାସୀ

ରାଇସୁଆଁ,୯।୧(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ମହାଦେଇଯୋଡ଼ା ଗ୍ରାମରେ ପୂର୍ବ ପୁରୁଷରୁ ଥିବା ୩ଶହ ଏକର ରାଣୀ ଜମିକୁ ଗ୍ରାମର କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏବଂ ବାହାରର କିଛି ବ୍ୟକ୍ତି ମିଶି ହଡ଼ପ ଉଦ୍ୟମ କରୁଥିବାବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର କେହି ଜଣେ ବ୍ୟକ୍ତି ଶନିବାର ହାଟ ଆମ୍ବତୋଟା ନିକଟରେ ଘର ନିର୍ମାଣ କରିବା ପାଇଁ ବାଲି ପକାଇଥିଲେ। ଏହା ଦେଖି ଗ୍ରାମବାସୀ ମିଶି ଗୁରୁବାର ଜବରଦଖଲ ଉଚ୍ଛେଦ କରିଛନ୍ତି। ଏନେଇ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share