ବାଙ୍କୀ,୧୬ା୬(ସ୍ବ.ପ୍ର.)-ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁ ଉପରୁ ମଙ୍ଗଳବାର ମହାନଦୀକୁ ଡେଇଁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ତିଗିରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଡମପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଦୀର୍ଘ ୩ ଘଣ୍ଟା ଧରି ସେଠାରେ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ମୁଖ୍ୟଚିକିତ୍ସାଳୟକୁ ପଠାଇଛନ୍ତି। ସ୍ଥାନୀୟ ପୋଲିସ ପକ୍ଷରୁ ମୃତଦେହ ଜବତ କରଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୨ଟା ବେଳେ ସମ୍ପୃକ୍ତା ଯୁବତୀ ଜଣକ ସେତୁ ଉପରେ ଏକ ବାଡକୁ ଧରି ମୋବାଇଲ୍ରେ କଥା ହେଉଥିଲେ। ଏହି ସମୟରେ ହଠାତ୍ ସେ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ସରଣ୍ଡା ଫାଣ୍ଡି ଅଧିକାରୀ ରବିନାରାୟଣ ପରିଡା ଘଟଣାସ୍ଥଳରେ ପହଞ୍ଚତ୍ ଡମପଡ଼ା ଅଗ୍ନିଶମ ବିଭାଗ ଓ ବାଙ୍କୀ ପୋଲିସକୁ ଜଣାଇଥିଲେ। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବାଙ୍କୀ ଥାନା ଆଇଆଇସି ସମୀର କୁମାର ପଣ୍ଡା କହିଛନ୍ତି।