ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୮ ଘଣ୍ଟାପରେ ନିଖୋଜ ପିଙ୍କିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀରେ ଭାସିଯାଇ ଗତ ରବିବାରଠାରୁ ନିଖୋଜଥିବା ପିଙ୍କି ବିଶ୍ୱକର୍ମା(୧୪)ଙ୍କ ମୃତଦେହ ୭୮ ଘଣ୍ଟାପରେ ମମହାନଦୀ ଦ୍ୱିତୀୟ ସେତୁ ନିକଟରୁ ବୁଧବାର ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ, ରବିବାର ମହାନଦୀକୁ ଗାଧୋଇବାକୁ ଯାଇ ୬ ଯୁବତୀ ନଦୀରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର କ୍ଷେତରାଜପୁର ଥାନା ବଙ୍ଗଳାପଡ଼ାର ପିଙ୍କି ନିଖୋଜ ଥିଲେ।

Share