ମହାନଦୀରେ ଯୁବତୀ ଭାସିଯିବା ଘଟଣା: ୭୨ ଘଣ୍ଟା ପରେ ବି ମିଳିନି ପତ୍ତା

ସମ୍ବଲପୁର,୯ା୧୦(ବ୍ୟୁରୋ): ସମ୍ବଲପୁର ଦେଇ ବହିଯାଇଥିବା ମହାନଦୀକୁ ଗାଧୋଇବାକୁ ଯାଇ ରବିବାର ୬ ଯୁବତୀ ନଦୀରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର କ୍ଷେତରାଜପୁର ଥାନା ବଙ୍ଗଳାପଡ଼ାର ପିଙ୍କି ବିଶ୍ୱକର୍ମା(୧୪)ଙ୍କର ୭୨ ଘଣ୍ଟାପରେ ବି କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପଟେ ବୁଧବାରଠାରୁ ଅଗ୍ନିଶମ ବିଭାଗ ଖୋଜାଖୋଜି ବନ୍ଦ କରିଦେଇଥିବା ଜଣାପଡ଼ିଛି । ମାତ୍ର ମହାନଦୀ ତଟ ଅଗ୍ନିଶମ ବିଭାଗ ଓ ଥାନାଗୁଡିକୁ ଏ ସମ୍ପର୍କରେ ଦୃଷ୍ଟି ରଖିବାକୁ ସୂଚନା ଦିଆଯାଇଛି।

Share