ମହାନଦୀ ଜଳ ବିବାଦ: ଆଜି ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ବିବାଦ ଲାଗି ରହିଛି। ଟ୍ରିବ୍ୟୁନାଲ ଶନିବାର ଏହି ମାମଲାରେ ଶୁଣାଣି କରିବାକୁ ଯାଉଛି। ଏହାର ଦିନକ ପୂର୍ବରୁ ଓଡିଶା ଏବଂ ଛତିଶଗଡର ପ୍ରତିନିଧି ଦଳ ନୂଆଦିଲ୍ଲୀସ୍ଥିତ ଓଡିଶା ଭବନଠାରେ ଏକ ବୈଠକ କରିଥିବା ଜଣାପଡିଛି। ଟ୍ରିବ୍ୟୁନାଲ ଶୁଣାଣି ପୂର୍ବରୁ ଏହି ଦ୍ୱିପାକ୍ଷିକ ଆଲୋଚନାକୁ ସମୀକ୍ଷକଙ୍କ ମହଲରେ ଗୁରୁତ୍ୱ ଦିଆଯାଇଛି। ବୈଠକରୁ ବାହାରିଥିବା ନିର୍ଯାସ ସମ୍ପର୍କରେ ଦୁଇ ପକ୍ଷର ଓକିଲ ଟ୍ରିବ୍ୟୁନାଲକୁ ଶନିବାର ଅବଗତ କରାଇବେ। ପୂର୍ବରୁ ମହାନଦୀ ଜଳର ସମାନ ବଣ୍ଟନ ପାଇଁ ଛତିଶଗଡ ପକ୍ଷରୁ ପିଟିଶନ ଦାଏର କରାଯାଇଥିଲା। ଏହା ଉପରେ ମତ ରଖିବା ପାଇଁ ପୂର୍ବ ଶୁଣାଣିରେ ଟ୍ରିବ୍ୟୁନାଲ ଦୁଇ ପକ୍ଷକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସମାନ ଭାବେ ଜଳ ବଣ୍ଟନ କଥାକୁ ଓଡିଶା ଗ୍ରହଣ କରୁନାହିଁ।

Share