ମହାନଦୀ ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ

ମହାକାଳପଡ଼ା,୧୬ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଶୀତ ଋତୁ ଆଗମନରେ ମହାନଦୀ ଅବବାହିକା ପଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଦଳ ଦଳ ହୋଇ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଶୀତ ବଢ଼ିବା ପରେ ଉପକୂଳ ଅଞ୍ଚଳର ନଦୀ ପାର୍ଶ୍ୱ ଲୁଣା ହେନ୍ତାଳ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ କଳରବ ଶୁଭିଲଣି। ଉପଯୁକ୍ତ ଜଳବାୟୁ, ନଦୀ, ନାଳ, ଖାଲ, ପାଟ ଆଦିରେ ମିଳୁଥିବା ପ୍ରଚୁର ପରିମାଣରେ ଖାଦ୍ୟକୁ ଦୃଷ୍ଟିରେ ରଖି ପକ୍ଷୀମାନେ ବିଭିନ୍ନ ଅଞ୍ଚଳରୁ ଉଡିଆସିଥାନ୍ତି। ଏଠାରେ ସେମାନେ ଶୀତ ୪ମାସ ନଦୀର ପାର୍ଶ୍ୱବର୍ତ୍ତୀ ଜଙ୍ଗଲଗୁଡ଼ିକରେ ବସବାସ କରିଥାନ୍ତି। ପକ୍ଷୀଗୁଡ଼ିକ ଏଠାରେ ଡିମ୍ବ ଦେଇ ଛୁଆ ଫୁଟିବା ପରେ ସାଥିରେ ଧରି ପୂର୍ବ ସ୍ଥାନକୁ ବାହୁଡ଼ି ଯାଇଥାନ୍ତି। ପକ୍ଷୀଗୁଡ଼ିକୁ ସୁରକ୍ଷା ଦେବାକୁ ବନ ବିଭାଗ ଯତ୍ନବାନ ହେବା ଉଚିତ। ଅପରପକ୍ଷରେ ବିଭିନ୍ନ ପକ୍ଷୀଙ୍କ ଆଗମନ ଦେଖି ଦୁର୍ବୃତ୍ତମାନେ ବିଷ ଓ ଫାସ ବସାଇ ସେମାନଙ୍କୁ ଶିକାର କରିବାକୁ ପଛାଇବେ ନାହିଁ। ଏଥିପ୍ରତି ସ୍ଥାନୀୟ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ସଚେତନତା ବାର୍ତ୍ତା ବା ସାଇନ୍‌ ବୋର୍ଡ ମାରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ନାଁରେ ମହିଳାଙ୍କୁ ଚାଲିଛି ଶୋଷଣ: କାର୍ଯ୍ୟାନୁଷ୍ଠାନ ପାଇଁ ଏତଲା ଦେଲେ ସରପଞ୍ଚ

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ଗ୍ରାମାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ଘରୋଇ ଫାଇନାନ୍ସ ସଂସ୍ଥା କୌଣସି ସରକାରୀ ସ୍ବୀକୃତି...

ମା’ ଦୁଇ ପୁଅଙ୍କ ଉପରେ ମାଡ଼ି ଗଲା କାର୍‌: ଚାଲିଗଲା ସାନ ପୁଅଙ୍କ ଜୀବନ

ନୟାଗଡ଼,୧୬।୧୨: ନୟାଗଡ଼ ଜିଲା ଦଶପଲ୍ଲା ବାଣୀଗୋଛା ଥାନା କୁଲୁରୁକୁମ୍ପା ଛକରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର ଧକ୍କାରେ ମା’ ଏବଂ ବଡ଼...

ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ବିଦେଶୀ ନାୟକଙ୍କ ‘ପ୍ରଣୟର ପାଣ୍ଡୁଲିପି’ ଉନ୍ମୋଚିତ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା ବନାନୀ ସାରସ୍ବତ ପରିଷଦର ସମ୍ପାଦକ ତଥା ବିଶିଷ୍ଟ କବି, ସାହିତି୍ୟକ ବିଦେଶୀ...

ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ

ବରଗଡ଼,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ...

ଶସ୍ୟ ସଂରକ୍ଷଣ ପାଇଁ ଏବେ ବି ବଞ୍ଚିଛି ଗୋଲାଘର

କେନ୍ଦ୍ରାପଡ଼ା,୧୬ା୧୨ (ଜଗନ୍ନାଥ ଧଳ): ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭାବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ମାତ୍ର କେନ୍ଦ୍ରାପଡ଼ା ଜିଲାର...

ଆମେ ଅନାସ୍ଥା ସପକ୍ଷରେ ନାହୁଁ: ନିରଞ୍ଜନ

ଭୁବନେଶ୍ୱର,୧୬ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ର ଏମ୍‌ପିମାନେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଥିଲେ। ଏହାପରେ...

ଲୁହା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ, ମଦ୍ୟପାନ କରି ଦ୍ରୁତଗତିରେ ଚଳାଉଥିଲେ ଚାଳକ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ଜହନପଲ୍ଲୀଠାରେ ଏକ ଲୁହା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ...

ଦେବାଶିଷଙ୍କ ବଡ଼ ବୟାନ: ବିଜେଡି ଛାଡ଼ି କେହି…

କଟକ, ୧୬ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଉ କୌଣସି ନେତା ଦଳ ଛାଡ଼ି ଯିବେନାହିଁ। ଯିଏ ଯିବାର ଥିଲା ସେମାନେ ଗଲେଣି, ଯେଉଁମାନେ ଅଛୁ ଆଉ କେହି ଯିବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri