ମହାନଦୀ ଶଯ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼: ଠାବହେଲା ବିରଳ ପକ୍ଷୀ କମନ୍‌ ମରଗାନସର

ସୋନପୁର,୨୬ା୧୨(ନି.ପ୍ର.): ବର୍ତ୍ତମାନ ଶୀତଦିନରେ ଦେଶ ତଥା ଦେଶ ବାହାରର ପକ୍ଷୀଙ୍କ ପାଇଁ ଚିରସ୍ରୋତା ମହାନଦୀ ପାଲଟିଛି ଜଳନିବାସ। ପ୍ରଚଣ୍ଡ ଶୀତରେ ସେଠାକାର ପରିବେଶରେ ବରଫ ପଡୁଥିବାରୁ ବିଦେଶରୁ ପକ୍ଷୀମାନେ ଏଠାକୁ ଚାଲି ଆସୁଛନ୍ତି ସ୍ବଚ୍ଛନ୍ଦରେ ରହିବାକୁ। ଦେଶ ତଥା ବିଦେଶର ପକ୍ଷୀଙ୍କ ଆଗମନ ବଢିବା ଯୋଗୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବେ ବୃଦ୍ଧି ପାଇଛି। ଗତ ରବିବାର ସୋନପୁର ସହର ଉପକଣ୍ଠ ମହାନଦୀର ଶରଧାପାଲି ନିକଟସ୍ଥ ଜଳରାଶିରେ ୪ ବିରଳ ପକ୍ଷୀ କମନ ମରଗାନସର(ବୈଜ୍ଞାନିକ ନାମ ମରଗସ ମରଗନସର) ଠାବ ହୋଇଛନ୍ତି। ଏହି ପକ୍ଷୀ ଉତ୍ତର ଆମେରିକା ଓ ପୂର୍ବ ୟୁରୋପରେ ପ୍ରାୟତଃ ଦେଖା ଯାଆନ୍ତି। ଓଡିଶାରେ କମନ ମରଗାନସର ଠାବ ହେବା ପ୍ରଥମ ବୋଲି କହିଛନ୍ତି ପକ୍ଷୀ ସମ୍ପର୍କରେ ଗବେଷଣା କରୁଥିବା ସୋନପୁରର ଦୀନେଶ ରଞ୍ଜନ ମିଶ୍ର ଏବଂ ଓମ୍‌ପ୍ରକାଶ ରାଉତ। ସେହିପରି ମହାନଦୀ ଓ ତେଲନଦୀର ସଙ୍ଗମସ୍ଥଳ ରାମେଶ୍ୱର ତଳି ଅଞ୍ଚଳ ନଦୀ ବାଲିରେ ମଙ୍ଗଳବାର ବହୁସଂଖ୍ୟକ ବ୍ଲାକ ବେଲିଡ୍‌ ଟର୍ନ ନାମକ ବିଦେଶୀ ପକ୍ଷୀ ଦେଖାଯାଇଥିଲେ। ବିଦେଶୀ ପକ୍ଷୀମାନେ ଏବେ ସୁବର୍ଣ୍ଣପୁର ଜିଲା ଦେଇ ପ୍ରବାହିତ ହେଉଥିବା ନଦୀର ଜଳରାଶିରେ ବିଚରଣ କରିବା ସହିତ ଉଡି ବୁଲୁଛନ୍ତି।
ପୂର୍ବରୁ ମାଛ ମାରିବା ପାଇଁ ମହାନଦୀରେ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ଯୋଗୁ ଜଳ ପ୍ରଦୂଷିତ ହେଉଥିଲା। ପକ୍ଷୀ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଏଭଳି ବିରଳ ପକ୍ଷୀ ଅଦୃଶ୍ୟ ହୋଇ ଯାଇଥିଲେ। ପ୍ରକୃତିର ବିବର୍ତ୍ତନ ସହ ନିଜକୁ ଖାପ ଖୁଆଇ ନ ପାରି କେତେକ ପକ୍ଷୀ ବର୍ତ୍ତମାନ ଇତିହାସ ପୃଷ୍ଠାରେ ସ୍ଥାନ ପାଇ ସାରିଥିବା ବେଳେ ବର୍ତ୍ତମାନ କିଛି ବିରଳ ପକ୍ଷୀ ବଞ୍ଚତ୍ବାକୁ ସଂଗ୍ରାମ କରୁଛନ୍ତି। ତେବେ ମହାନଦୀ ଜଳରାଶିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ଫଳରେ ପ୍ରଦୂଷଣ କମିଛି। ଶିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁ ପକ୍ଷୀ ଶିକାର ମଧ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି। ଫଳରେ ଚଳିତବର୍ଷ ଜଳରାଶିରେ ବିଚରଣ କରିବା ପାଇଁ ରାଜ୍ୟ ଓ ଦେଶ ବାହାରର ବିଭିନ୍ନ ପ୍ରଜାତିର ଶତାଧିକ ପକ୍ଷୀଙ୍କ ଭିଡ ଜମିଲାଣି। ବର୍ତ୍ତମାନ ୟୁରୋପ ମହାଦେଶରୁ ଆସିଥିବା ରୁଡିସଲଡକ, ପୂର୍ବମହାଦେଶର ରୋଜିଷ୍ଟୋଲିଙ୍ଗ, ଭଡିଟର ଫ୍ଲାଏକେଚର, ରେଡକ୍ରେଷ୍ଟେଟ୍‌, ପୋଚାର୍ଡ, ଲିଟିଲଗ୍ରେବ, ବ୍ଲାକ ବେଲିଡ୍‌ ଟର୍ନ, ପେଲିକାନପେରି ଭଳି ପ୍ରମୁଖ ବିରଳ ପକ୍ଷୀମାନଙ୍କର ବିଚରଣ ମହାନଦୀର ଶୋଭା ବଢାଇଛି। ବିଦେଶାଗତ ପକ୍ଷୀଙ୍କ ଆଗମନ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କୁ ଆକର୍ଷିତ କରିଛି। ଯୁବ ପକ୍ଷୀ ଗବେଷକ ଦୀନେଶ ଏବଂ ଓମ୍‌ପ୍ରକାଶ କୁହନ୍ତି ବ୍ଲାକ ବେଲିଡ୍‌ ଟର୍ନ ନାମକ ପକ୍ଷୀ ବର୍ତ୍ତମାନ ଇଣ୍ଟରନ୍ୟାଶନାଲ ୟୁନିୟନ ଅଫ୍‌ କଞ୍ଜରଭେସନ ଅଫ୍‌ ନେଚର ଦ୍ୱାରା ଏକ ବିରଳ ପକ୍ଷୀ ଭାବରେ ସ୍ଥାନ ପାଇଛି। ଯାହାକି ବର୍ତ୍ତମାନ ସୋନପୁରସ୍ଥିତ ମହାନଦୀରେ ଏହା ଦେଖିବାକୁ ମିଳୁଛନ୍ତି। ତେଣୁ ଏମାନଙ୍କ ସୁରକ୍ଷା ପାଇଁ ନଦୀଗର୍ଭରୁ ଟ୍ରକ୍‌, ଟ୍ରାକ୍ଟରମାନଙ୍କରେ ବାଲି ଓ ଅବାଧ ପଥର ଚାଲାଣ ବନ୍ଦ କରିବାର ଆବଶ୍ୟକତା ରହିଛି। ସେହିଭଳି ଶୀତଦିନରେ ପକ୍ଷୀମାନେ ବାଲି ଓ ପଥର କୋରଡରେ ଅଣ୍ଡା ଦେଉଥିବାରୁ ସେଭଳି ଅଞ୍ଚଳକୁ ମଣିଷର ପ୍ରବେଶ କିମ୍ବା ହସ୍ତକ୍ଷେପ ବନ୍ଦ ହେବା ଜରୁରୀ। ମହାନଦୀର ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

ଭାଜପା ସରକାର କେବଳ ରଙ୍ଗ ବଦଳାଇବା କାମ କରିଛି: ଦେବାଶିଷ

କଟକ,୨୦ା୯(ଶିଳ୍ପା ପ୍ରିୟଦର୍ଶିନୀ):ଓଡ଼ିଶାରେ ଭାଜପା ସରକାର ଗଠନକୁ ୧୦୦ ଦିନ ପୂରଣ ହୋଇଛି। ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ସଭା ସଦସ୍ୟ ତଥା ବିଜେଡି କଟକ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରୂପ୍‌ସା,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri