ମହାପ୍ରଭୁଙ୍କୁ ଦର୍ଶନ କଲେ ବିହାର ରାଜ୍ୟପାଳ

ପୁରୀ ଅଫିସ,୨୮ା୧୨:ବିହାର ରାଜ୍ୟପାଳ ଫଗୁ ଚୌହ୍ବାନ ଶନିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ରାଜ୍ୟପାଳ ଚୌହ୍ବାନ ସିଂହଦ୍ୱାର ନିକଟରେ ପହଞ୍ଚତ୍ଥିଲେ। ତାଙ୍କୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହାପରେ ସେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏଥିସହ ବେଢା ପରିସର ମଧ୍ୟ ବୁଲିଥିଲେ। ପ୍ରାୟ ଅଧଘଣ୍ଟାଏ ଶ୍ରୀମନ୍ଦିରରେ ରହି ଫେରିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ ରାଜ୍ୟପାଳ ଚୌହ୍ବାନ କହିଥିଲେ, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁବାର ଚେଷ୍ଟା କରିଛି, ହେଲେ ଆସିପାରୁ ନ ଥିଲି। ଏଥର ଠାକୁରଙ୍କ କୃପା ହେଲା। ଶ୍ରୀମନ୍ଦିରକୁ ଆସି ପ୍ରଭୁଙ୍କୁ ଭଲ ଭାବେ ଦର୍ଶନ କଲି। ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ଏହା ହିଁ କାମନା କରୁଛି ବୋଲି ସେ କହିଥିଲେ।

Share