ମହାପ୍ରଭୁଙ୍କୁ ଦର୍ଶନ କଲେ ରବିଶଙ୍କର

ପୁରୀ ଅଫିସ,୭ା୩: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ରବିଶଙ୍କର ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ। ତାଙ୍କୁ ଉପଜିଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ରାଜସ୍ବ ପ୍ରଶାସକ ସୁବ୍ରତ କୁମାର ବେହେରା ପ୍ରମୁଖ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଏହାପରେ ରବିଶଙ୍କର ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏଥିସହ ବେଢା ପରିସର ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଦେଖିଥିଲେ। ସ୍ନାନବେଦି ଉପରକୁ ଯାଇଥିଲେ। ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି ତାହାକୁ ପ୍ରଶଂସା କରିଥିଲେ ରବିଶଙ୍କର। ପ୍ରାୟ ୧ ଘଣ୍ଟା ମନ୍ଦିରରେ ବିତାଇବା ଫରେ ଫେରିଯାଇଥିଲେ ଏହି ଆଧ୍ୟାତ୍ମିକ ଗୁରୁ।

Share