ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଡିଜିପି ଅଭୟ

ପୁରୀ ଅଫିସ,୧୩।୧୨: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଫେରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଥମ ଶ୍ରୀକ୍ଷେତ୍ର ଗସ୍ତରେ ଆସିଥିଲେ। ସକାଳ ୭ଟାରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ପୁରୀ ଏସ୍‌ପି ଉମାଶଙ୍କର ଦାସ ତାଙ୍କୁ ସ୍ବାଗତ କରିଥିଲେ। ଅଭୟ ଶ୍ରୀମନ୍ଦିରରେ ଚତୁଦ୍ଧାମୂର୍ତ୍ତିଙ୍କୁ ସହ ଅନ୍ୟ ଦେବଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ଆନନ୍ଦ ଲାଗୁଥିବା ନୂଆ ଡିଜି ପ୍ରକାଶ କରିଛନ୍ତି।

Share