ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ସସ୍‌ପେନ୍ସ

ପୁରୀ ଅଫିସ, ୨୩।୩: ୟେସ୍‌ ବ୍ୟାଙ୍କରୁ ଫେରିଥିବା ମହାପ୍ରଭୁଙ୍କ ଟଙ୍କାକୁ ନେଇ ପୁଣି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ୟୁନିୟନ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜନ୍ନାଥଙ୍କ ଟଙ୍କା ରହିବା ନେଇ ହୋଇଥିବା ନିଷ୍ପତ୍ତିକୁ ରଦ୍ଦ କରିଛି ମନ୍ଦିର ପ୍ରଶାସନ। ପୁନଶ୍ଚ ଟେଣ୍ଡର ହୋଇ ମହାପ୍ରଭୁଙ୍କ ଟଙ୍କା ରଖାଯିବ। ଏ ନେଇ ଟେଣ୍ଡରରେ ଭାଗ ନେବାକୁ ସବୁ ବ୍ୟାଙ୍କକୁ ଚିଠି ଲେଖି ଅବଗତ କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଆସନ୍ତା ୨୬ ତାରିଖ ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ଆହ୍ବାନ କରାଯାଇଛି। ଏଣିକି ୩ ବର୍ଷିୟା ନିହେଁ ବର୍ଷିକିଆ ସ୍ଥାୟୀ ଜମା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବା ଜଣାପଡ଼ିଛି।
ସୂଚନାଥାଉକି, ଗତ ୧୮ ତାରିଖ ଟେଣ୍ଡରରେ ୟୁନିୟନ ବ୍ୟାଙ୍କ ସର୍ବାଧିକ ୫.୭୫ ପ୍ରତିଶତ ସୁଦ୍ଧ ଅଫର ଦେଇ ବିଡ୍‌ ଜିତିଥିଲା। ବର୍ତ୍ତମାନ ପୁନଶ୍ଚ ଉକ୍ତ ଟେଣ୍ଡରକୁ ବାତିଲ କରାଯିବା ପରେ ମହାରପ୍ରଭୁଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରଖାଯିବ ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Share