ମହାପ୍ରଭୁଙ୍କ ଦର୍ଶନ କଲେ ଡିଜି ସତ୍ୟଜିତ

ପୁରୀ ଅଫିସ, ୩୦।୧୧: ଓଡ଼ିଶା ପୋଲିସ ଡିଜି ସତ୍ୟଜିତ ମହାନ୍ତି ଶନିବାର ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବରୁ ଅନେକ ଥର ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ମଧ୍ୟ ଡିଜିପି ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ତେବେ ସେ ପରିବାର ସହ ଆସି ପବିତ୍ର ମାର୍ଗଶୀର ମାସରେ ରତ୍ନସିଂହାସନରେ ବିରାଜିତ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶିଶ ନେଇଛନ୍ତି।

Share