Categories: ରାଜ୍ୟ

ମହାପ୍ରଭୁଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣ ମୋଡ଼ ହେଲା ତିନିରଥ

ରଣପୁର,୧୦ା୭ (ସ୍ବ.ପ୍ର.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ମଙ୍ଗଳବାର ଷଷ୍ଠ ଦିବସରେ ରଣପୁର ବି.ସି. ହାଇସ୍କୁଲ ଛାତ୍ରମାନେ ରଥଖଳାରେ ଥିବା ତିନିରଥକୁ ଦକ୍ଷିଣ ମୋଡ଼ କରିଛନ୍ତି। ସକାଳ ୯ଟାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ହାଇସ୍କୁଲରୁ ବାହାରି ପଞ୍ଚୁଦୋଳ ପଡିଆସ୍ଥିତ ମାଉସୀ ମା’ ମନ୍ଦିରଠାରେ ପହଞ୍ଚତ୍ଥିଲେ। ମନ୍ଦିର ପ୍ରଶାସନ, ସ୍ଥାନୀୟ ଜନସାଧାରଣ ଓ ପୋଲିସମାନଙ୍କ ସହଯୋଗରେ ତିନି ରଥକୁ ଦକ୍ଷିଣମୋଡ କରାଯାଇଥିଲା। ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନଅଦିନ ପାଇଁ ଗୁଣ୍ଡିଚା ମନ୍ଦିର ବିଜେ କରିଛନ୍ତି। ଏଥିରେ ଅଭିମାନ କରି ହେରା ପଞ୍ଚମୀରେ ମା’ ଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥ ମନ୍ଦିରରେ ନିଜ ମନର କଥା ଭଉଣୀ ବିମଳାଙ୍କ ନିକଟରେ ପ୍ରକାଶ କରିଥିଲେ। ପରେ ତାଙ୍କ ପରାମର୍ଶରେ ମା’ ଲକ୍ଷ୍ମୀ ରାତିରେ ସୁସଜ୍ଜିତ ଦୋଳ ବିମାନରେ ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗି ଫେରିଆସିଥିଲେ। ଏହା ଜଣିବା ପରେ ମହାପ୍ରଭୁ ଜଗନ୍ନାଥ ତିନିରଥକୁ ଦକ୍ଷିଣମୋଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Share