ମହାବିଷୁବ ସଂକ୍ରାନ୍ତି: ଭକ୍ତଙ୍କୁ ମନ୍ଦିର ମନା, ୬ ଟିମ୍‌ ରଖିଛି କଡ଼ା ନଜର

ଦାରିଙ୍ଗବାଡ଼ି,୧୩ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇର୍ଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ତହସିଲଦାର, ବିଡିଓଙ୍କ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ହୋଇଥିବାରୁ ବିଭିନ୍ନ ମନ୍ଦିର, ମଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କା କରାଯାଇ ଆଗୁଆ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଶିବ ମନ୍ଦିର, ମା’ ପାଟଖଣ୍ଡା ମନ୍ଦିର, ମହାମାୟୀ, ଭଗବତ ଟୁଙ୍ଗିଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି। ମନ୍ଦିରକୁ ବନ୍ଦ ରଖାଯିବା ସହ କୌଣସି ପ୍ରକାରେ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଆସିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଥି ସହ ୬ଟି ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥ୍‌ାନକୁ ବୁଲିବା ସହ କେହି କୋଭିଡ-୧୯ ପାଇଁ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନଙ୍କୁ ନଜର ରଖାଯାଇଥିବା ଦାରିଙ୍ଗବାଡ଼ି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ନୀତିଶ କୁମାର ତ୍ରିପାଠୀ କହିଛନ୍ତି। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ସୋନପୁର, ଗ୍ରୀନବାଡ଼ି ଆଦି ଅଞ୍ଚଳରେ ପୋଲିସ ପାଟ୍ରୋଲିିଂ କରିବା ସହ ସମସ୍ତ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ସୁରକ୍ଷାବାହିନୀ ମୁତୟନ କରାଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି।

Share