‘ମହାଭାରତ : ବିଜ୍ଞାନ ଓ ମନୋବିଜ୍ଞାନ’ ଉନ୍ମୋଚିତ

ବାଲେଶ୍ୱର ଅଫିସ, ୫।୬: ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ‘ମହାଭାରତ: ବିଜ୍ଞାନ ଓ ମନୋବିଜ୍ଞାନ’ଗ୍ରନ୍ଥ ବାଲେଶ୍ୱର ଗୋପାଳଗାଁ ସ୍ଥିତ ତାଙ୍କ ବାସଭବନରେ ଲୋକାର୍ପିତ ହୋଇଯାଇଛି। ସାମାଜିକ ଦୂରତା ବଜାୟ ସହ ଏକ ନିରାଡ଼ମ୍ବର ପରିବେଶରେ ପାଳିିତ ଏହି ଉତ୍ସବରେ ଲୋକାର୍ପଣ ଉତ୍ସବରେ ପ୍ରଫେସର ରବିନାରାୟଣ ଦାଶ ପୌରୋହିତ୍ୟ କରିଥିଲେ। ଏଥିରେ ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ମୁଖ୍ୟଅତିଥି ଓ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାଭାରତର କଥାବସ୍ତୁକୁ ଜଣେ ବୈଜ୍ଞାନିକ ଓ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରି ଡାକ୍ତର ନନ୍ଦ ଯେଉଁଭଳି ଭାବରେ ପୁସ୍ତକକୁ ରଚନା କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ଅନନ୍ୟ ବୋଲି ମତପ୍ରକାଶ କରିଥିଲେ। ଲେଖକୀୟ ବକ୍ତବ୍ୟରେ ଡା. ନନ୍ଦ କହିଥିଲେ ଯେ, ଏହି ଗ୍ରନ୍ଥ ସବୁବର୍ଗର ପାଠକ ବିଶେଷ ଭାବେ ଯୁବପିଢ଼ିକୁ ଆକୃଷ୍ଟ କରିବ । କବି ଦୀପକ ବୋଷ ମଞ୍ଚ ଆହ୍ବାନ ଓ ପ୍ରଫେସର ରଶ୍ମି୍ବରେଖା ପତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ ଚାଟ୍ଟାର୍ଜୀ, ନିବାରଣ ଜେନା, ତପନ ରାୟ, ସୁଶୋଭନ ଦେ ଓ ସ୍ବାତୀ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।