Advertisement
Categories: ଜାତୀୟ

ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ

ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍‌ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ ମିଳିଛି। ଏହା ୪ହଜାର ବର୍ଷ ତଳର ମହାଭାରତ ସମୟର ବୋଲି କୁହାଯାଉଛି। ଏହି ଅବଶେଷରୁ ସେ ସମୟରେ ଅନେକ ଅଜଣା ତଥ୍ୟ ଜଣାପଡ଼ିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରୁ ମିଳିଥିବା କଙ୍କାଳ, ଆଭୁଷଣ ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରୁ ଅନେକ ଅଜଣା ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ୨୦୦୫-୦୬ରେ ଏଠାରେ ଖନନ ଆରମ୍ଭ ହୋଇଥିଲା। ପରେ ୨୦୧୮ ଜାନୁୟାରୀରେ ମଧ୍ୟ ଖନନ କରାଯାଇ ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମିଳିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share