ମହାଭିଯୋଗ ମାମଲାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଓ୍ବାଶିଂଟନ,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଶେଷରେ ଖାରଜ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକାର ସିନେଟରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଛି। ଟ୍ରମ୍ପଙ୍କ ନାଁ କ୍ଷମତାର ଦୁରୁପଯୋଗ ମହାଭିଯୋଗ ହୋଇଥିଲା। ସିନେଟରେ ତାଙ୍କ ଦଳୀୟ ଏମ୍‌ପିମାନେ (ରିପବ୍ଲିକାନ ପାର୍ଟି) ତାଙ୍କୁ ବହିଷ୍କୃତ ହେବାରୁ ରକ୍ଷା କରିଛନ୍ତି। ମହାଭିଯୋଗ ପ୍ରସ୍ତାବ ସିନେଟରେ ୫୨-୪୮ ଭୋଟରେ ଖାରଜ ହୋଇଛି। ଆମେରିକା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜନ ରବର୍ଟସନଙ୍କ ଅଧ୍ୟକ୍ଷତାରେ ଏହି ବିଚାର ବୈଠକ ବସିଥିଲା। ଟ୍ରମ୍ପ ଦୋଷୀ କି, ଦୋଷୀ ନୁହନ୍ତି ବୋଲି ଏକ ଭୋଟଗ୍ରହଣ କରାଯାଇଥିଲା। ସିନେଟର ସଦସ୍ୟମାନେ ଟ୍ରମ୍ପଙ୍କ ସପକ୍ଷରେ ୫୨ ଖଣ୍ଡ ଓ ବିପକ୍ଷରେ ୪୮ ଖଣ୍ଡ ଭୋଟ ଦେଇଥିଲେ।

Share