ମହାରନତ୍ର ମହାଦଶା

ରବିନାରାୟଣ ସାମଲ

ଦିନ ଥିଲା, ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍‌, ବୀମା ସମେତ କେତେକ କମ୍ପାନୀକୁ ସରକାର ଜାତୀୟକରଣ କରିଥିଲେ। ଦିନ ଆସିଛି, ଦେଶର ସ୍ବାର୍ଥକୁ ଆଖିବୁଜି ଦେଇ ସରକାର ଜାତୀୟକରଣ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ହାତରେ ଟେକି ଦେଉଛନ୍ତି। ଏହା ଦ୍ୱାରା କାହାର ସ୍ବାର୍ଥ ସିଦ୍ଧି ହେବ, ତାହା ଆମର ବିଚାର୍ଯ୍ୟ। ଭେଲ୍‌, ଗେଲ୍‌, ସେଲ୍‌ ପରି ଭାରତୀୟ କୋଇଲା କମ୍ପାନୀ (ସିଆଇଏଲ୍‌) ଦେଶର ମହାରନତ୍ ରୂପେ ପରିଗଣିତ। କାରଣ ଦେଶର ରାଜକୋଷକୁ ଏଗୁଡ଼ିକ ପ୍ରଚୁର ପରିମାଣରେ ରାଜସ୍ବ ଦେବା ସହିତ ରେଳ, ତାପଜ ବିଦ୍ୟୁତ୍‌ ଓ କଳକାରଖାନା ଆଦି କ୍ଷେତ୍ରକୁ ଏହା ସଚଳ କରିଆସିଛି। ଦେଶର ଆଠଟି ରାଜ୍ୟରେ ଥିବା ୩୫୨ଟି କୋଇଲା ଖଣିରୁ ବାର୍ଷିକ ୭୨୯ ମିଲିଅନ୍‌ ଟନ୍‌ କୋଇଲା ଉତ୍ତୋଳନ ହୋଇ ଶିଳ୍ପ ଜଗତର ଚାହିଦା ମେଣ୍ଟାଇ ଆସୁଛି। ଝାଡ଼ଖଣ୍ଡ ତଳକୁ ଓଡ଼ିଶା କୋଇଲା ଊତ୍ତୋଳନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅଛି।
ଇତି ମଧ୍ୟରେ କେନ୍ଦ୍ର ସରକାର ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଓଡ଼ିଶାର ୪୧ଟି ଖଣି ଅଞ୍ଚଳକୁ ଘରୋଇ କମ୍ପାନୀଙ୍କ ହାତକୁ ଟେକି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କୌଣସି ରାଜ୍ୟ ସହ କେନ୍ଦ୍ର ସରକାର ଆଲୋଚନା କରି ନାହାନ୍ତି କିମ୍ବା କୋଲ୍‌ ଇଣ୍ଡିଆର ମତାମତ ମଧ୍ୟ ନେଇ ନାହାନ୍ତି। ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଖନନ ହେବାକୁ ଥିବା କୌଣସି ଖଣି ଅଞ୍ଚଳରେ ଗ୍ରାମସଭା ଡକାଯାଇ ନାହିଁ କିମ୍ବା ଖଣି ଖନନ ପାଇଁ ପରିବେଶଗତ ମଞ୍ଜୁରୀ ମଧ୍ୟ ମିଳି ନାହିଁ। ନୀତି ନିୟମ ପଣୟନ କରିଥିବା ସରକାର ନିଜ ନୀତିନିୟମକୁ ନିଜେ ଏଠି ଅବଜ୍ଞା କରିଛନ୍ତି।
ବିକ୍ରି ହେବାକୁ ଥିବା ୪୧ଟି କୋଇଲା ଖଣି ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଛତିଶଗଡ଼ର ୫ଟି କୋଇଲା ଖଣି ହସ୍ତୀ ଅଭୟାରଣ୍ୟ ଓ ନଦୀ ଅବବାହିକା ଅଞ୍ଚଳ ଅନ୍ତର୍ଗତ। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସମାନ ଧରଣର ଭୌଗୋଳିକ ସ୍ଥିତି। ସେଗୁଡ଼ିକ ଜୈବ ବିବିଧତାର ପରିପୂର୍ଣ୍ଣ। ସେଥି ମଧ୍ୟରୁ କୌଣସି ଗୋଟିଏ ଖଣି ଖନନ ହେଲେ ହଜାର ହଜାର ଆଦିବାସୀ ବାସଚ୍ୟୁତ ହେବେ, ଅନେକ ଜଳପ୍ରପାତ ଲୋପ ପାଇଯିବ, ନଦୀ ଶୁଖିଲା ପଡ଼ିବ, ମୂଲ୍ୟବାନ ଉଦ୍ଭିଦ ତଥା ଅସଂଖ୍ୟ ଜୀବଜନ୍ତୁ ସେମାନଙ୍କ ପରିସ୍ଥାନ ହରାଇବେ, ହାତୀମାନେ ବାସଶୂନ୍ୟ ଓ ଖଦ୍ୟାଭାବ ଯୋଗୁ ଜନବସତି ମୁହଁା ହେବେ। ସର୍ବୋପରି ଦେଶର ମୂଲ୍ୟବାନ ଖଣିଜ ପଦାର୍ଥ ଘରୋଇ ମାଲିକାନା ଅଧୀନକୁ ଚାଲିଯିବ। ଦେଶର କ୍ଷତି ହେବ ସିନା ଲାଭର ପ୍ରଶ୍ନ ନାହିଁ।
କୋଭିଡ୍‌ର ଆତଙ୍କ ଚାଲିଥିବା ବେଳେ କେନ୍ଦ୍ର ସରକାର ତ ଅନେକ ଜନସ୍ବାର୍ଥ ପରିପନ୍ଥୀ ନିଷ୍ପତ୍ତିମାନ ନେଇ ଚାଲିଛନ୍ତି। ସେଥି ମଧ୍ୟରୁ ୪୧ଟି କୋଇଲା ଖଣି ଅଞ୍ଚଳକୁ ଘରୋଇ ମାଲିକଙ୍କୁ ବିକ୍ରି କରିଦେବା ନିଷ୍ପତ୍ତି ଅନ୍ୟତମ। ଘରୋଇ କମ୍ପାନୀଙ୍କୁ କୋଇଲା ଉତ୍ତୋଳନ ପାଇଁ ସରକାର ଅନୁମତି ପ୍ରଦାନ କରିବା ଆମ ଦେଶରେ ପ୍ରଥମ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଆରମ୍ଭ କରିଥିବା ‘ଆମତ୍ନିର୍ଭର ଭାରତ’ କାର୍ଯ୍ୟକ୍ରମର ଏହା ଏକ ଅଂଶ। ସରକାରଙ୍କ ଯୁକ୍ତି ହେଉଛି, ଅଧିକ କୋଇଲା ଉତ୍ତୋଳନ ହେଲେ ଦେଶ ଆଉ ବାହାରୁ କୋଇଲା ଆମଦାନୀ କରିବ ନାହିଁ। ନିଜ ଚାହିଦାକୁ ନିଜେ ମେଣ୍ଟାଇବ। ମାତ୍ର ଏହାକୁ କ’ଣ ‘ଆମତ୍ନିର୍ଭର’ କୁହାଯାଇ ପାରିବ? ନିଜର ଘରଡିହ ବିକି କିଏ କେଉଁଠି ବଡ଼ଲୋକ ହେଲାଣି ନା ହେବ? ଏବେ ଖଣିରୁ କୋଇଲା ଉତ୍ତୋଳନ କରି କୋଲ୍‌ ଇଣ୍ଡିଆ ବିଭିନ୍ନ କମ୍ପାନୀଙ୍କୁ ବିକ୍ରି କରୁଛି। ଘରୋଇକରଣ ପରେ ଘରୋଇ କମ୍ପାନୀଗୁଡ଼ିକ କୋଇଲା ଉତ୍ତୋଳନ କରିବେ ଏବଂ ଆମ ସରକାର ତାହାକୁ ଚଢ଼ା ଦରରେ କିଣିବେ। ସୁତରାଂ ସରକାର ଘରୋଇ ହାତକୁ ଖଣି ଦେଇ କିପରି ଲାଭବାନ ହେବେ ବୋଲି ବିଚାର କରୁଛନ୍ତି?
କୋଇଲା ଖଣି ଘରୋଇକରଣର ପ୍ରତିବାଦ କରି ଇତି ମଧ୍ୟରେ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ଶ୍ରମିକମାନେ ଜୁନ୍‌ ମାସରେ ଦିନିକିଆ ଧର୍ମଘଟ କରିସାରିଛନ୍ତି। ଦେଶର ଅନ୍ୟାନ୍ୟ ଶ୍ରମିକ ସଂଗଠନ ସହିତ ମିଶି ଖୋଦ୍‌ ଭାରତୀୟ ଜନତା ପାର୍ଟିର ଶ୍ରମିକ ସଂଗଠନ ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରିଛନ୍ତି। ସେପ୍ଟେମ୍ବର ମାସରେ ସେମାନେ ଧର୍ମଘଟ ମଧ୍ୟ କରିବାକୁ ଯାଉଛନ୍ତି। ଝାଡ଼ଖଣ୍ଡ ସରକାର ମଧ୍ୟ ବିରୋଧ କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଜୈବ ବିବିଧତା ଧ୍ୱଂସ ପାଇବା ଆଶଙ୍କା କରି ଦେଶର ବିଭିନ୍ନ ପ୍ରାନ୍ତରୁ ପରିବେଶବିତ୍‌ମାନେ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ‘ଛତିଶଗଡ଼ ବଞ୍ଚାଅ ଆନ୍ଦୋଳନ’ ତୀବ୍ର ରୂପ ଧାରଣ କରିବାକୁ ଯାଉଛି। ବିସ୍ଥାପିତ ହେବାକୁ ଥିବା ପାଞ୍ଚଟି ରାଜ୍ୟର ଆଦିବାସୀମାନେ ଭିଟାମାଟି ନ ଛାଡ଼ିବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି। କୌଣସି ସ୍ତରରୁ ସରକାରଙ୍କୁ ଏଥି ସକାଶେ ନୈତିକ ସମର୍ଥନ ମିଳି ନାହିଁ। ତଥାପି ସରକାର ନଛୋଡ଼ବନ୍ଦା।
ଗୋଟିଏ ପଟେ କୋଭିଡ୍‌ ଆତଙ୍କରେ ନିଷ୍ପ୍ରଭ ହୋଇ ଯାଇଥିବା ସାଧାରଣ ଜନତାର ଜୀବନଜୀବିକା ଓ ପ୍ରତିବାଦର ସ୍ବର, ଅନ୍ୟ ପଟେ ଆତଙ୍କ ଆଢ଼ୁଆଳରେ ସରକାରଙ୍କ ଜନସ୍ବାର୍ଥ ବିରୋଧୀ ଯୋଜନା ଓ କାର୍ଯ୍ୟକ୍ରମ, ଦେଶ ନିଶ୍ଚୟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି। ଏୟାର ଇଣ୍ଡିଆ, ଭାରତ ପେଟ୍ରୋଲିୟମ୍‌, ପ୍ରତିରକ୍ଷା ସାମଗ୍ରୀ, ବ୍ୟାଙ୍କ୍‌ବୀମା ଓ ରେଳବାଇ ପରି ୩୦ଟି ପବ୍ଲିକ୍‌ ସେକ୍ଟର ଅଣ୍ଡରଟେକିଙ୍ଗ୍‌ସକୁ ସରକାର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ମହାରନତ୍, ନବରନତ୍ ଓ ମିନିରନତ୍ର ମାନ୍ୟତା ପାଇଥିବା କୌଣସି ଗୋଟିଏ କମ୍ପାନୀ ଏହି ଘରୋଇକରଣରୁ ବାଦ୍‌ ପଡ଼ିବାର ସମ୍ଭାବନା ନାହିଁ। ଦେଶର ଲାଭଦାୟକ ଉଦ୍ୟୋଗଗୁଡ଼ିକୁ ସରକାରୀକରଣ ପରିବର୍ତ୍ତେ ଯଦି ଘରୋଇକରଣ କରାଯିବ, ତେବେ ଦେଶରେ ସରକାର ଥାଇ କରିବେ କ’ଣ? ଏ ପ୍ରଶ୍ନ ଆମ ଭଳି ମଧ୍ୟ ଅନ୍ୟମାନଙ୍କୁ ଆନ୍ଦୋଳିତ କରୁଥିବ।
ଦେଶ ଆଜି ବିରାଟ ସମସ୍ୟାର ସମ୍ମୁଖୀନ। ଦେଶ ଆଗରେ ଅସଂଖ୍ୟ ଆହ୍ବାନ ଦଣ୍ଡାୟମାନ। ମହାମାରୀ, ଅନାହାର, ଅର୍ଦ୍ଧାହାର, ଛଟେଇ, ତାଲାବନ୍ଦ, ବେରୋଜଗାରୀ, ଶିକ୍ଷା, ସ୍ବାସ୍ଥ୍ୟ ସାଙ୍ଗକୁ ଏ ଯେଉଁ ଘରୋଇକରଣର ଢେଉ ମାଡ଼ି ଆସୁଛି, ନିଜେ ସରକାର ତାହାର ରକ୍ଷକ ସାଜିଛନ୍ତି। ତେଣୁ ସରକାରଙ୍କୁ ଠିକଣା ଗୁଳାରେ ଚଳାଇବାକୁ ହେଲେ ଦରକାର କେବଳ ଜନତାର ସମ୍ମିଳିତ ଦୃଢ଼ ପ୍ରତିବାଦର ସ୍ବର। ଅନ୍ୟ ବିକଳ୍ପ କିଛି ନାହିଁ।
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri