Categories: ଜାତୀୟ

ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ

ଲାହୋର,୧୨ା୮(ପି.ଟି.): ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ପଞ୍ଜାବକୁ ୪୦ ବର୍ଷ ଧରି ଶାସନ କରିଥିବା ମହାରାଜା ରଣଜିତ୍‌ ସିଂଙ୍କ ପ୍ରତିମୂର୍ତ୍ତିକୁ ଲାହୋରରେ ପାକିସ୍ତାନୀମାନେ ଭାଙ୍ଗିଦେଇଛନ୍ତି। ରଣଜିତ୍‌ ସିଂଙ୍କ ୧୮୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଲାହୋର ଦୁର୍ଗରେ ଗତ ଜୁନ୍‌ରେ ବ୍ରିଟେନର ଶିଖ୍‌ ହେରିଟେଜ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ୯ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଅଭିଯୋଗରେ ପୋଲିସ ମୌଲାନା ଖାଦିମ୍‌ ରିଜ୍‌ବୀଙ୍କ ନେତୃତ୍ୱାଧୀନ ତେହରିକ୍‌-ଲବିକ୍‌ ପାକିସ୍ତାନ ସଙ୍ଗଠନର ଦୁଇଜଣଙ୍କୁ ଗିରଫ କରିଛି। କଶ୍ମୀର ସମ୍ପର୍କରେ ଭାରତର ସଦ୍ୟ ନିଷ୍ପତ୍ତିକୁ ନେଇ ପାକିସ୍ତାନୀମାନେ କେତେ ବିଚଳିତ ହୋଇଯାଇଛନ୍ତି ଏହି କୁକାର୍ଯ୍ୟରୁ ତାହା ସ୍ପଷ୍ଟ ହେଉଛି। ଶିଖ୍‌ ସାମ୍ରାଜ୍ୟର ପ୍ରଥମ ଶାସକ ରଣଜିତ୍‌ ସିଂ ୧୮୩୯ରେ ପ୍ରାଣ ହରାଇଥିଲେ।

Share