ମହାରାଣୀଙ୍କ ପାଖରେ ଚାକିରି କଲେ ମାସକୁ ଦରମା ୨୬ ଲକ୍ଷ

ଲଣ୍ଡନ,୨୨।୫: ମାସକୁ ଦରମା ୨୬ ଲକ୍ଷ। ଶୁଣିଲେ ଯେକେହି ଚକିତ ହୋଇଯିବେ। ତେବେ ଏହା ସତ୍ୟ, ବ୍ରିଟେନ୍‌ ମହରାଣୀ ଏଲିଜାବେଥ୍‌ଙ୍କ ରୟାଲ ହାଉସ୍‌ରେ ଏଭଳି ଏକ ଚାକିରିର ସୁଯୋଗ ରହିଛି। ମହାରାଣୀ ଜଣେ ସୋସିଆଲ ମିଡ଼ିଆ ମ୍ୟାନେଜରଙ୍କ ଖୋଜୁଛନ୍ତି। ତାଙ୍କର ଦରମା ମାସକୁ ୨୬ ଲକ୍ଷ ବୋଲି କୁହାଯାଉଛି। ଏହି ଚାକିରିରେ କର୍ମଚାରୀଙ୍କୁ ସପ୍ତାହରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩୭ ଘଣ୍ଟା ୩୦ ମିନିଟ୍‌ କାମ କରିବାକୁ ପଡ଼ିବ। ଏଥି ପାଇଁ ତାଙ୍କୁ ୨୬ ଲକ୍ଷ ୫୮ ହଜାର ୮ଶହ ୨୫ ଟଙ୍କା ଦରମା ମିଳିବ। ଏହି ଚାକିରି ପାଇଁ ଆବଶ୍ୟକ ଯୋଗ୍ୟତା ସମ୍ପର୍କରେ ରୟାଲ ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି।

Share