ମହାରାଷ୍ଟ୍ରରେ ଅଟକି ରହିଛନ୍ତି ୨୦ ଲକ୍ଷ ପ୍ରବାସୀ ଶ୍ରମିକ

ମୁମ୍ବାଇ,୧୭।୫: କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ଲକ୍‌ଡାଉନ୍‌ ସମୟ ସୀମାକୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁ ହଇରାଣ ହେବାରେ ଲାଗିଛନ୍ତି। ମହାରାଷ୍ଟ୍ରରେ ପଶ୍ଚିମବଙ୍ଗ ଏବଂ ବିହାରର ୨୦ ଲକ୍ଷରୁ ଅଧିକ ଶ୍ରମିକ ଅଟକି ରହିଛନ୍ତି। ସେମାନେ ନିଜ ନିଜର ଘରକୁ ଫେରିବା ଲାଗି ପଞ୍ଜିକରଣ କରିଥିବା ମହାରାଷ୍ଟ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି। ତେବେ ବିହାର ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ ପାଇଁ ଆବଶ୍ୟକ କ୍ଲିୟରାନ୍ସ୍‌ ଜାରି କରାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ସେ କହିଛନ୍ତି।

Share