Categories: ଜାତୀୟ

ମହାରାଷ୍ଟ୍ରରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୧୬।୩: ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ଏଠାରେ ଆଉ ୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୩୭। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ମୁମ୍ବାଇରେ ହୋଇଥିବା ବେଳେ ଜଣେ ନଭି ମୁମ୍ବାଇର ବୋଲି ଜଣାପଡିଛି। ଏବେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଶନିବାର ମହାରାଷ୍ଟ୍ରର ସମସ୍ତ ମଲ୍‌ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବନ୍ଦ କରିବାକୁ କହିଥିଲେ। ଏବେ ପର୍ଯ୍ୟନ୍ତ ଭାରତରେ ୧୧୦ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏବେ ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ୩୮ରେ ପହଞ୍ଚିଛି।

Share