ମହାରାଷ୍ଟ୍ରରେ ଆଉ ୯୧ ପୋଲିସ କରୋନା ସଂକ୍ରମିତ

ମୁମ୍ବାଇ,୩୧।୫: କରୋନା ଭାଇରସ ମହାରାଷ୍ଟ୍ର ପୋଲିସର ଚିନ୍ତା ବଢାଇ ଚାଲିଛି। ଏହି କରୋନା ଯୋଦ୍ଧା ଏବେ ସଙ୍କଟରେ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୧ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ଏବେ ମହାରାଷ୍ଟ୍ରରେ ମୋଟ ୨,୪୧୬ଜଣ ପୋଲିସ କରୋନାରେ ପୀଡ଼ିତ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଏବେ ୧,୪୨୧ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨୬ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସେହିପରି ମାର୍ଚ୍ଚ ୨୨ରୁ ମେ’ ୩୧ ମଧ୍ୟରେ ମହାରାଷ୍ଟ୍ରରେ ପାଖାପାଖି ୮୬ ଜଣ ପୋଲିସ ଆହତ ହୋଇଥିବା ବେଳେ ବିଭିନ୍ନ ମାମଲାରେ ୮୩୫ ଅଭିଯୁକ୍ତଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ।

Share