Posted inଜାତୀୟ

ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଶାସନ ଆରମ୍ଭ

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ କଂଗ୍ରେସର ବାଲାସାହେବ ଥୋରାଟ, ନୀତିନ ରାଉତ, ଏନ୍‌ସିପିର ଛଗନ ଚନ୍ଦ୍ରକାନ୍ତ ଭୁଜବଳ, ଜୟନ୍ତ ରାଜାରାମ ପାଟିଲ୍‌, ଶିବସେନାର ଏକନାଥ ସିନ୍ଧେ ଏବଂ ସୁଭାଷ ଦେଶାଇ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଉତ୍ସବରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ଡିଏମ୍‌କେ ନେତା ଷ୍ଟାଲିନ୍‌, ଟିଆର୍‌ ବାଲୁ, କପିଲ୍‌ ସିବଲ୍‌, ଅହମଦ୍‌ ପଟେଲ୍‌, ରାଜ୍‌ ଠାକ୍‌ରେ, ଅଜିତ୍‌ ପାଓ୍ବାର, ଶରଦ ପାଓ୍ବାର, ସୁପ୍ରିୟା ସୁଲେ ପ୍ରମୁଖ ଉପସ୍ଥିତ ଥିଲେ। ପାର୍କରେ ଅତିଥିଙ୍କ ପାଇଁ ୭୦ ହଜାରରୁ ଅଧିକ ଚେୟାର ପକାଯାଇଥିଲା। ୬ ହଜାର ବର୍ଗଫୁଟ ମଞ୍ଚ ଉପରେ ଜାତୀୟ ସ୍ତରୀୟ ନେତାଙ୍କ ଲାଗି ଚେୟାର ରହିଥିଲା। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ଏବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ଅବା ବିଧାନ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବାକୁ ପଡ଼ିବ। ଏହା ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ୧୯୯୭ରେ କୌଣସି ନିର୍ବାଚନ ନ ଲଢ଼ି ରାଜ୍ୟର କ୍ଷମତା ହାସଲ କରିଥିଲେ। ସେହିପରି ୨୦୦୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ। ଏବେ ଏହାର ପୁନରାବୃତ୍ତି ମହାରାଷ୍ଟ୍ରରେ ହୋଇଛି। ଉଦ୍ଧବ ୧୯୬୦ ଜୁଲାଇ ୨୭ରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ ପର୍ଯ୍ୟନ୍ତ ରାଜନୀତିଠାରୁ ଦୂରରେ ଥିଲେ। ତେବେ ବାଲ୍‌ ଠାକ୍‌ରେଙ୍କ ପରେ ସେ ରାଜନୀତିରେ ସକ୍ରିୟ ହୋଇଥିଲେ। ୨୦୦୨ରେ ତାଙ୍କ ନେତୃତ୍ୱରେ ଶିବସେନା ମୁମ୍ବାଇ ମ୍ୟୁନିସପାଲିଟି ନିର୍ବାଚନରେ ବେଶ୍‌ ସଫଳ ରହିଥିଲା। ୨୦୦୩ରେ ସେ ଶିବସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଏହି ରାଜ୍ୟରେ ମିଳିବନି କିଙ୍ଗଫିସର ବିୟର, କମ୍ପାନୀ ନେଲା ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୮ା୧: କିଙ୍ଗଫିସର ବିୟର ଉତ୍ପାଦନକାରୀ କମ୍ପାନୀ ୟୁନାଇଟେଡ୍ ବ୍ରୁରିଜ୍ ଲିମିଟେଡ୍ (ୟୁବିଏଲ୍) ବୁଧବାର ଏକ ବଡ ଘୋଷଣା କରିଛି। ଏହା ଅଧୀନରେ ତୁରନ୍ତ ପ୍ରଭାବ ସହିତ...

Video: ତିରୁପତି ମନ୍ଦିରରେ ଦଳାଚକଟା: ୬ ମୃତ, ଅନେକ ଆହତ

ନୂଆଦିଲ୍ଲୀ,୮ା୧: ବୁଧବାର ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟା ଘଟି ୬ ଜଣ ମୃତ୍ୟୁ ବରଣ କରିଛନ୍ତି।...

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀ କରିବେ ଉଦ୍‌ଘାଟନ

ଭୁବନେଶ୍ୱର,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ...

ଷଷ୍ଠ ପିଢ଼ିର ଲଢୁଆ ଜାହାଜ ପରୀକ୍ଷା କଲା ଚାଇନା, ଦୁଃଖ ପ୍ରକଶ କଲେ ଭାରତୀୟ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୮ା୧: ତେଜସ ଲଢୁଆ ବିମାନ ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ମାର୍ଶାଲ ଏପି ସିଂହ। ମଙ୍ଗଳବାର ଏକ...

ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍‌, ପଛରେ ଦୌଡ଼ିବାକୁ ଲାଗିଲେ ମା’…ଭାବବିହ୍ବଳ କରୁଛି Video

କଥାରେ ଅଛି ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ଏଣୁ ସେ ମା’ର ସୃଷ୍ଟି କରିଛନ୍ତି। ମା’ ଥିଲେ ପିଲା ଉପରେ କୌଣସି ବିପଦ...

ଗଜରାଜର ତାଣ୍ଡବ, ଶୁଣ୍ଢରେ ଉଠାଇ ୧୦ ଫୁଟ୍‌ ଦୂରକୁ ଫିଙ୍ଗିଲା…

ମାଲାପୁରାମ,୮।୧: କେରଳର ମାଲାପୁରାମ ଜିଲାର ତିରୁର୍‌ ପୁଥିଆଙ୍ଗଡ଼ି ମହୋତ୍ସବରେ ଏକ ହାତୀର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ମହୋତ୍ସବରେ ସାମିଲ ହୋଇଥିବା ୫ ହାତୀ ମଧ୍ୟରୁ...

ଗୋଟିଏ ସପ୍ତାହରେ ହୋଇଗଲେ ଚନ୍ଦା: ଆତଙ୍କରେ ତିନି ଗାଁର ଲୋକେ

ନୂଆଦିଲ୍ଲୀ,୮ା୧: ମହାରାଷ୍ଟ୍ରର ବୁଲଢନା ଜିଲାର ତିନୋଟି ଗାଁର ଅନେକ ବାସିନ୍ଦା ଗତ କିଛି ଦିନ ମଧ୍ୟରେ କେଶ ଝଡ଼ିବା ପରେ ଏକ ସପ୍ତାହ ମଧ୍ୟରେ ଚନ୍ଦା...

୨୬ତମ ବିବାହ ବାର୍ଷିକୀ ଦିନ ଦମ୍ପତିଙ୍କ ଆତ୍ମହତ୍ୟା: ବିବାହ ପୋଷାକ ପିନ୍ଧି ଦେଇଥିଲେ ଏଭଳି ଷ୍ଟାଟସ୍‌, କହିଥିଲେ ଶେଷଇଚ୍ଛା

ନାଗପୁର,୮।୧: ପରସ୍ପରକୁ ବହୁତ ଭଲପାଉଥିଲେ। ସୁଖଦୁଃଖ ମଧ୍ୟରେ ବିତିଚାଲିଥିଲା ବିବାହ। ହେଲେ ୨୬ତମ ବିବାହ ବାର୍ଷିକୀରେ ବାଛି ନେଲେ ଆତ୍ମହତ୍ୟାର ବାଟ। ସେ ପୁଣି ଗୋଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri