Categories: ଜାତୀୟ

ମହାରାଷ୍ଟ୍ରରେ ଏମିତି କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି: ସଞ୍ଜୟ

ମୁମ୍ବାଇ,୨୯।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି ଓ ଶିବସେନା ମଧ୍ୟରେ ମେଣ୍ଟ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେମାନେ ସରକାର ଗଠନ କରି ପାରୁ ନାହାନ୍ତି। କାରଣ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେବି ଅଡି ବସିଛି ଶିବାସେନା। ୫୦-୫୦ ଅଙ୍କକୁ ନେଇ ଶିବସେନା ରାଜନୀତି କରୁଥିବା ବେଳେ ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ମାଗିଛି। ଏହାକୁ ନେଇ ସୋମବାର ଦୁଇ ଦଳର ନେତା ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହାପରେ ମଙ୍ଗଳବାର ଶିବସେନାର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତ ନାହାଁନ୍ତି ଯାହାଙ୍କ ପିତା ଜେଲ୍‌ରେ ଅଛନ୍ତି। ସଞ୍ଜୟଙ୍କୁ ଯେତେବେଳେ ଭାଜପା-ଶିବସେନା ମଧ୍ୟରେ ପୂର୍ବରୁ ମେଣ୍ଟ ହୋଇ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ସରକାର ଗଠନ କରାଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା ତା’ର ଉତ୍ତରରେ ସେ ଏହା କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଆମେ ଧର୍ମ ଓ ସତ୍ୟକୁ ନେଇ ରାଜନୀତି କରୁଛୁ। ଶରଦ ପାଓ୍ବାର ଭାଜପା ଓ କଂଗ୍ରେସ ବିରୋଧୀ ପରିବେଶ ସୃଷ୍ଟି କରିଛନ୍ତି। ତେଣୁ ସେ କେବେବି ଭାଜପାକୁ ସାହଯୋଗ କରିବେ ନାହିଁ।

Share