ମହାରାଷ୍ଟ୍ରରେ କମିଲା କରୋନା ଟେଷ୍ଟର ଦାମ

ମୁମ୍ବାଇ,୧୩।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ତେବେ ମହାରାଷ୍ଟ୍ରରେ କରୋନା ଟେଷ୍ଟର ଦାମ୍‌ କମ୍‌ ହୋଇଯାଇଛି। ଏବେ କରୋନା ଟେଷ୍ଟ ପାଇଁ ଜଣକୁ ୨,୨୦୦ଟଙ୍କା ଦେବାକୁ ପଡିବ। ପୂର୍ବରୁ ଏଥିପାଇଁ ୪,୪୦୦ଟଙ୍କା ଦେବାକୁ ପଡୁଥିଲା। ଯଦି ଘରୁ ନମୁନା ସଂଗ୍ରହ କରାଯାଉଛି ତେବେ ଜଣେ ବ୍ୟକ୍ତିଙ୍କୁ ଅତି ବେଶିରେ ୨,୮୦୦ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ମିଳିଛି।

Share