Categories: ଜାତୀୟ

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨

ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସେ କହିଛନ୍ତି। ସ୍ବାସ୍ଥାବସ୍ଥା ଜଟିଳ ଥିବାରୁ କସ୍ତୁରବା ହସ୍ପିଟାଲର ଭେଣ୍ଟିଲେଟରରେ ଉକ୍ତ ୨ ସଂକ୍ରମିତଙ୍କୁ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ଟି ଟେଷ୍ଟ ଲ୍ୟାବ ଥିବା ବେଳେ ବେସରକାରୀ ସ୍ତରରେ ଏହାକୁ ବୃଦ୍ଧି କରିବା ନେଇ ଯୋଜନା ଚାଲିଛି। ସୂଚନାଯୋଗ୍ୟ, ଦେଶରେ ଗୁରୁବାର ସକାଳ ସୁଦ୍ଧା ୧୬୯ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।

Share